ହେଡଲାଇନସ୍:

ପ୍ରଫେସର ବଂଶୀଧର ମାଝି ଭିସୁଟର ନୂତନ କୁଳପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ :ପ୍ରଫେସର ଡ. ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ନୂତନ କୁଳପତି ରୂପେ ରାଜ୍ୟପାଳ ତଥା କୁଳାଧୂପତି ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ସୋମବାର ଅବସ୍ଥାପିତ ହୋଇଛନ୍ତି। ସମ୍ବଲପୁର ଜ଼ିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ନୂଆଗାଁର ମୂଳନିବାସୀ ଡ. ମାଝି ଧମା ଏମପି ହାଇସ୍କୁଲରୁ କୃତିତ୍ବର ସହିତ ପ୍ରଥମ ଶ୍ରେଣୀରେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ପରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଆଇଏ ସସି ଏବଂ ବିଏସସିରେ ଡିଷ୍ଟିଙ୍କସନରେ ଉତ୍ତୀର୍ଣ୍ଣ ହୋଇ ରାଉରକେଲା ଆରଇସି (ବର୍ତ୍ତମାନର ଏନଆଇଟି)ରୁ ଏମଟେକ, ଏମସିଏ ଓ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

ରାଉରକେଲା ଆରଇସିରେ ଅଧ୍ୟୟନ ସମୟରେ ସେ ଏମଟେକରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦ୍ବାରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କ ତିରିଶ ବର୍ଷର ଗବେଷଣା, ଶୈକ୍ଷିକ ଏବଂ ତିନିବର୍ଷର ଶିଳ୍ପ କ୍ଷେତ୍ରରେ ଅଭିଜ୍ଞତା ରହିଛି। ବର୍ତ୍ତମାନ ସେ ଚେନ୍ନାଇ କାଞ୍ଜିପୁରମ ଆଇଆଇଟିର ନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ଅଛନ୍ତି। ଇମେଜ ପ୍ରୋସିସିଂ, କମ୍ପ୍ୟୁଟର ଭିଜନ, ଡାଟିକମ୍ରେସନ, ସିକ୍ୟୁରିଟି ପ୍ରଟୋକଲ, ପାରାଲାଲକମ୍ପ୍ୟୁଟିଙ୍ଗ, ବାଇଓମେଟ୍ରିକ୍ସ ଓ ସଫ୍ଟକମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ଡ ମାଝିଙ୍କ ସ୍ବତନ୍ତ୍ର ପରିଚୟ ରହିଛି। ସେ ୧୮ଟି ପିଏଚଡି, ୭୦ଟି ଏମଟେକ ଓ ଆଠଟି ଏମଟେକ(ଆର) ଗବେଷଣା ପ୍ରକଳ୍ପକୁ  ମାର୍ଗଦର୍ଶନ କରିଛନ୍ତି। ଏନବିଏ, ଏନଏଏସିର ବିଭିନ୍ନ କମିଟିର ସଦସ୍ୟ, ବିଭାଗୀୟ ମୁଖ୍ୟ, ଡିନ, ଅଟୋମେସନ ସେଲ ପ୍ରଭୃତିର ଅଧ୍ୟକ୍ଷ ଭଳି ପ୍ରଶାସନକ ପଦରେ କାର୍ଯ୍ୟ କରିଛନ୍ତି। ତାଙ୍କର ଅନେକ ନିବନ୍ଧ ଦେଶବିଦେଶର ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଛି। ସାଉଦିଆରବର କିଂଖଲିଦ ବିଶ୍ବବିଦ୍ୟାଳୟ, ଜୋର୍ଡାନ ବିଶ୍ବବିଦ୍ୟାଳୟ ଭଳି ଉଚ୍ଚତର ଶିକ୍ଷାୟତନରେ ସେ ଅତିଥ୍ ପ୍ରଫେସର ଭାବରେ ଯୋଗଦେବା ସହିତ ହଂକଂ, କାଇରୋ, କୁଆଲାଲାମପୁର, ଇଟାଲିରଭେନିସ ଓ ଦେଶରେ ହୋଇଥିବା ସମ୍ମିଳନୀ ମାନଙ୍କରେ ଗବେଷଣା ନିବନ୍ଧ ଉପସ୍ଥାପିତ କରିଛନ୍ତି। ଶ୍ରେଷ୍ଠ ନିବନ୍ଧ ପାଇଁ ସେ ଆଇଏଇଏଇ ଦ୍ବାରା ଚାରିଥର ପୁରସ୍କୃତ ହୋଇଥିଲେ। ଶିକ୍ଷା ଓ ଗବେଷଣା ପାଇଁ ତାଙ୍କୁ ସାମନ୍ତ ଚନ୍ଦ୍ରଶେଖର, ଆନ୍ତର୍ଜାତୀୟ ବିଦ୍ୟାସାଗର ପୁରସ୍କାର, ଜେସି ବୋଷ ଓ ଓଡ଼ିଶା ଇଞ୍ଜିନିୟରିଂ କଂଗ୍ରେସ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି।

0
0
0
s2sdefault