ହେଡଲାଇନସ୍:

ବାରିପଦା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ଅନ୍ୟା ଦାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡିଶା ସରକାରଙ୍କ ପକ୍ଷରୁ ବାରିପଦା ଉପଜିଲ୍ଲାପାଳ ଭାବେ ଆଇଏଏସ ଅନ୍ୟା ଦାସଙ୍କୁ ନିଯୁକ୍ତି ଦିଆଯାଇ ଥିବା ବେଳେ ବାରିପଦା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ପି ଅନ୍ୱେଷା ରେଡ୍ଡୀଙ୍କୁ ମୟୂରଭଞ୍ଜ ପିଡ଼ି ଡ଼ିଆରଡ଼ିଏ ଭାବେ ନିଯୁକ୍ତି ଦିଆଯାଇଛି ।

       ବାରିପଦା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଅନ୍ୟା ଦାସ ଓଡ଼ିଶାର ଜଗତସିଂପୁର ଅଞ୍ଚଳର ହୋଇଥିବା ବେଳେ ଆଇଏଏସ ପରୀକ୍ଷାରେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରୁ ଏକମାତ୍ର ଓଡ଼ିଆ ଭାବେ ୬୦ ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ । ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ସ୍ନାତକ କରିଥିବା ବେଳେ  ୨୦୧୬ ୟୁପିଏସସି ପରୀକ୍ଷାରେ ପ୍ରଥମ ପ୍ରୟାସରେ ୫୭୮ ପଦବୀ ହାସଲ କରିଥିଲେ। ଅନ୍ୟାଙ୍କ ମା ସୀମା ଦାସ ଓ ପିତା ଇନ୍ଦୁଭୂଷଣ (ବାଦଲ) ଭୂୟାଁ ଜାମସେଦପୁର ଠାରେ ରୁହନ୍ତି ଏବଂ ଜଣେ ଜଣାଶୁଣା ଲେଖକ ତଥା କବି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି ।

 

0
0
0
s2sdefault