ହେଡଲାଇନସ୍:

ଗ୍ରାମାଞ୍ଚଳରେ  ୧୮ରୁ ୪୪  ବର୍ଷ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ : ୧୫ ଟି କେନ୍ଦ୍ରରେ ଉତ୍ସାହ ଓ ଶାନ୍ତିଶୃଙ୍ଖଳାର ସହ ଟୀକାକରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ  ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ କତଳକଇଠା ପଞ୍ଚାୟତର ଯାଜପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟ ତଥା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ଅନ୍ୟ ୧୪ ଗୋଟି କେନ୍ଦ୍ରରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ନିମନ୍ତେ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଉତ୍ସାହ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । 

ଜିଲ୍ଲାରେ ଗତକାଲି ସୁଦ୍ଧା ସମସ୍ତ ବର୍ଗର ମୋଟ ୧ ଲକ୍ଷ ୧୫ ହଜାର ୬୨୬ ଜଣ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ୨୩ ହଜାର ୫୭୨ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି ।  ସେମାନଙ୍କ ମଧ୍ୟରୁ  ସ୍ୱାସ୍ଥ୍ୟ ବିଭାଗର ୬୪୮୯ ଜଣ ପ୍ରଥମ ଡୋଜ୍ ଏବଂ ୫୫୦୫ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି ।  ସେହିଭଳି ଆଗଧାଡ଼ିର କରୋନା ଯୋଦ୍ଧା କର୍ମଚାରୀ ୫୦୬୪ ଜଣ ପ୍ରଥମ ଡୋଜ୍ ଏବଂ ୨୯୩୭ ଜଣ ଦ୍ଵିତୀୟ ଡୋଜ୍। 

ସେହିଭଳି ୪୫ରୁ ୫୯ ବର୍ଷ ବୟସର ୪୫ ହଜାର ୧୮୩ ଜଣ ପ୍ରଥମ ଡୋଜ୍ ଏବଂ ୫୪୮୧ ଜଣ ଦ୍ଵିତୀୟ ଡୋଜ୍ ।        ସେହିଭଳି ୬୦ରୁ ଉର୍ଦ୍ଧ୍ବ ବୟସର ୩୩ ହଜାର ୨୮୩ ଜଣ ପ୍ରଥମ ଡୋଜ୍ ଏବଂ ୯୬୪୯ ଜଣ ଦ୍ଵିତୀୟ ଡୋଜ୍ । ସେହିଭଳି  ୧୮ରୁ ୪୪ ବର୍ଷ ବୟସର ବର୍ତ୍ତମାନ ସୁଦ୍ଧା ୨୫ ହଜାର ୬୦୭ ଜଣ ପ୍ରଥମ ଡୋଜ୍ କୋଭିଡ ଟୀକା ନେଇଛନ୍ତି । 

ଏହି ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲାର ଗ୍ରାମାଞ୍ଚଳରେ  ଆଜି  ୧୫ ଟି କେନ୍ଦ୍ରରେ ଯଥା :- ଯାଜପୁର , ଗୁରାଣ୍ଡି , ଗୁମ୍ମା , ଲିଙ୍ଗା , ଗାଇବା , କାଶୀନଗର , ହାଡୁଭାଙ୍ଗି , ମୋହନା , ଚନ୍ଦ୍ରଗିରି ,  କେ:- ଝାଲର ସିଂ , ନୂଆଗଡ , ଲୁହାଙ୍ଗାର , ଛେଳିଗଡ଼ , ସାନାତୁଣ୍ଡି ଓ କରଡ଼ା ସିଂ ପ୍ରଭୃତି କେନ୍ଦ୍ରରେ ୨୫୦୦ ଜଣଙ୍କୁ ଟୀକାକରଣ ଦେବାର ବ୍ୟବସ୍ଥା ରହିଥିଲା ।  

ଦୀର୍ଘ ଦିନର ଅପେକ୍ଷା କରିବା ପରେ ଏହି କୋଭିଡ୍ ଟୀକାକରଣର ସୁଯୋଗ ସେମାନଙ୍କୁ ମିଳିଥିବା ଯୋଗୁଁ ବହୁ ସଂଖ୍ୟାରେ ଯୋଗ୍ୟ ହିତାଧିକାରୀ ମାନେ ଆଗ୍ରହର ସହ ଆସି ପ୍ରତିଖ୍ୟାଳୟରେ ଅପେକ୍ଷା କରି ଟୀକାକରଣ ପାଇଁ ପଞ୍ଜିକରଣ କରିଥିଲେ।  ଟୀକ ନେବାପରେ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସାଯାଇଥିଲା । 

ଏ ସମ୍ପର୍କରେ ଟୀକା ନେଇଥିବା ୨ଜଣ ଯୁବକ ତ୍ରିନାଥ ଜେନା ଓ ବିନୋଦ ପ୍ରଧାନ ଏବଂ ଜଣେ  ଯୁବତୀ ହିତାଧିକାରୀ ଗୀତା ଜେନା କହିଛନ୍ତି ଯେ ,  ଆମେ ଟୀକା ନେବାପରେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇନି , ଆମେ ସୁସ୍ଥ ଅଛୁ । ଏହି କୋଭିଡ୍ ଟୀକା ସମ୍ପୂର୍ଣ୍ଣ ନିରାପଦ ସୁରକ୍ଷିତ , ଏହି ଟୀକା ସମସ୍ତେ ନିଅନ୍ତୁ ଏବଂ କୋରନା ମୁକ୍ତ ସମାଜ ଗଠନ କରିବା ଦିଗରେ ସହାୟକ ହୁଅନ୍ତୁ ବୋଲି କହିଥିଲେ। 

  ଅନ୍ୟ ପକ୍ଷରେ ବିଶେଷ କରି ଏହି କୋଭିଡ ଟୀକା ନେବାର ସୁଯୋଗ ଆମକୁ ମିଳିଥିବା ଯୋଗୁଁ ଆମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଯାଉଛୁ , କହିଥିଲେ । ଡାକ୍ତର ଅନଙ୍ଗ ସୁଦନ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ୧୮ରୁ ୪୪ ବର୍ଷ ବୟସର ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ  ଏଏନଏମ: ସଙ୍ଗିତା ପରିଡା ,  କୋଭିଡ୍ ଟୀକା ଦେଇଥିବା ବେଳେ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ବଙ୍କୁ ଷ୍ଟାଫ ନର୍ସ  ବି: କଲ୍ୟାଣୀ ଜ୍ୟୋତି  ଟୀକା ଦେଇଥିଲେ ।

 କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ବିପିଏମ: ଏମ:- ଖଗେଶ୍ବର ରାଓ , ଏଏନଏମ:- ବି: ଜଗଦମ୍ବା ,  ସ୍ବାସ୍ଥ୍ୟକର୍ମୀ ରଣଜିତ କୁମାର ଜେନା , ଡିଇଓ:- ଦିଲୀପ କୁମାର ଲିମା ଏବଂ ଉଦୟ କୁମାର ସାମଲଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ପରିଚାଳନାରେ ଶାନ୍ତିଶୃଙ୍ଖଳାର ସହ ଆଗେଇ ଚାଲିଥିଲା ।

0
0
0
s2sdefault