ହେଡଲାଇନସ୍:

ଜଗତସିଂହପୁର ୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ଭୁବନେଶ୍ୱର - ଆଜି ପୂର୍ବାହ୍ନରେ ଜଗତସିଂହପୁର ୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଭାସୀ(ଭର୍ଚୁୁଆଲ) ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ  ହୋଇଯାଇଛି ।     

 ଏହି ବୈଠକରେ ପଂଚଦଶ ଅର୍ଥ କମିଶନ ଅନୁଦାନ (ଜିଲ୍ଲା ପରିଷଦ ଅଂଶ) ୨୦୨୧-୨୨ ଓ ୫ମ ଅର୍ଥ କମିଶନ ଅନୁଦାନ( ଜିଲ୍ଲା ପରିଷଦ ଅଂଶ) ୨୦୨୧-୨୨  ସଂପର୍କରେ ଆଲୋଚନା ହୋଇଥିଲା ।  ବୈଠକରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପଂଚମ ଅର୍ଥ କମିଶନ ଅନୁଦାନ ଓ ପଂଚଦଶ ଅର୍ଥ କମିଶନର ଯେଉଁ  ଅନୁଦାନ ଆସିଛି, ସେ ସଂକ୍ରାନ୍ତରେ ଜିଲ୍ଲା ପରିଷଦର ଯେଉଁ ନିର୍ଦ୍ଧିଷ୍ଟ ପ୍ରସ୍ତାବ ରହିଛି, ତାହା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ନିଶ୍ଚିତ କାର୍ଯ୍ୟକାରୀ କରାଇବାକୁ କହିଥିଲେ  । ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ , ବଳିଷ୍ଠ  ନେତୃତ୍ୱ ଓ ଦିଗ୍ ଦର୍ଶନ ଯୋଗୁଁ  କୋଭିଡ୍ ମହାମାରୀ ଭିତରେ ଟିମ୍ ୱାର୍କ ମାଧ୍ୟମରେ କାର୍ଯ୍ୟ କରିବା ଫଳରେ ପ୍ରଥମ ଲହରକୁ ଆରମ୍ଭ କରି ଦ୍ୱିତୀୟ ଲହରର ଶେଷ ପର୍ଯ୍ୟାୟରେ ଜଗତସିଂହପୁର  ଜିଲ୍ଲାରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ତୁଳନାରେ ଯଥେଷ୍ଟ କମ୍ ସଂକ୍ରମଣ ଓ ମୃତ୍ୟୁ ହାର କମ୍ ହୋଇଥିବାରୁ ଏହା ସମସ୍ତଙ୍କର ମିଳିତ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରସାକୁ କାର୍ଯ୍ୟକାରୀ କରି ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ଯାହା କାର୍ଯ୍ୟକ୍ରମ କରିବା କଥା, ସମସ୍ତଙ୍କ ମିଳିତ  ଉଦ୍ୟମରେ ତାହା ସଠିକ ଭାବେ ରୂପାୟନ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ  ।  ଏହି ବୈ÷ଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ସବୁ ଅଂଚଳରେ ପାନୀୟ ଜଳ ଉପଲବ୍ଧ ହେବାକୁ ଦୃଷ୍ଟିରେ ରଖି ବାଲିକୁଦା, ଏରସମା,କୁଜଙ୍ଗ ଓ ତିର୍ତୋଲ ବ୍ଲକ୍ର ଯେଉଁସବୁ ବିଭିନ୍ନ  ପଂଚାୟତ ଅଂଚଳରେ ମେଗା ପାଇପ୍  ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଅଛି, ସେସବୁ ଅଂଚଳକୁ ବାଦ୍ ଦେଇ ଅନ୍ୟ ଅଂଚଳ ଗୁଡିକରେ ନଳକୂପ ବସାଇବାକୁ ଶ୍ରୀ ମୁଦୁଲି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଜଗତସିଂହପୁର ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ ଯୋଗଦେଇ କହିଲେ, ଶଂଖାରୀ ସାହି ଓ ଅଷ୍ଟଶମ୍ଭୁ ମନ୍ଦିର ପାଖରେ ନିର୍ମାଣ ହେଉଥିବା ବିଜୁ ସେତୁ ସଂଯୋଗୀକରଣ ରାସ୍ତା କାର୍ଯ୍ୟ ଶୀଘ୍ର କରିବାକୁ କହିଥିଲେ ।  ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ବୈଠକରେ ଯୋଗଦେଇ ଧନୁଆ ଡ୍ରେନେଜ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରସ୍ତାବ ଦେଇଥିଲେ । ତିର୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଯେ, ସମସ୍ତ ବିଧାୟକମାନେ ନଳକୂପ ବସାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାରେ ୨ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ଡାକ୍ତର ନିଯୁକ୍ତ ହୋଇଛନ୍ତି । ଜାତୀୟ ରାଜପଥ କର୍ତୃପକ୍ଷଙ୍କ ସହ ଜିଲ୍ଲାପାଳ କଥା ହୋଇଛନ୍ତି । ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ସହଜରେ ଉପଲବ୍ଧ  ହେଲେ , ରାସ୍ତା ଓ ସେତୁ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ଷ୍ଟାଫ୍ କ୍ୱାର୍ଟର ଓ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତାବ ରଖିଥିଲେ । 

         ପଂଚଦଶ ଅର୍ଥ କମିଶନ ଅନୁଦାନ ୨୦୨୧-୨୨ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୦,୬୩,୦୫୭ ଟଙ୍କା ଲେଖାଏଁ ମୋଟ ୮ଟି ବ୍ଲକ ପାଇଁ ୮୫,୦୪,୪୫୬ ଟଙ୍କା ଏବଂ ସି.ଏଫ୍.ସି.(ଟାଏଡ୍) ବାବଦରେ ୮ପ୍ରତି ବ୍ଲକ ପାଇଁ ୩୧,୮୯,୧୭୦ ଟଙ୍କା ଲେଖାଏଁ ମୋଟ ୮ଟି ବ୍ଲକ ପାଇଁ ୨,୫୫,୧୩,୩୬୦ ଟଙ୍କା ଅନୁଦାନ ପ୍ରାପ୍ତ ହୋଇଛି । ସେହିପରି ୫ମ ଅର୍ଥ କମିଶନ ଅନୁଦାନ ବାବଦକୁ ୮ଟି ବ୍ଲକ ପାଇଁ ପ୍ରଥମ ପର୍ଯ୍ୟାୟରେ ୧,୧୬,୫୭,୩୨୦ ଟଙ୍କା ପ୍ରାପ୍ତ ହୋଇଛି । ବୈଠକ ରେ ପ୍ରକଳ୍ପ ନିର୍ଦ୍ଦେଶକ  ଶ୍ରୀ ସରୋଜକାନ୍ତ ମହାନ୍ତି ଆଲୋଚନାକୁ ଆଗେଇନେଇଥିଲେ ।  ଜିଲ୍ଲା ପରିଷ ସଭ୍ୟ,ସଭ୍ୟା,  ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ  । ଶେଷରେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଲିଙ୍ଗରାଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।    

 

0
0
0
s2sdefault