ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ପୂର୍ଣ୍ଣ ସହଯୋଗ କରାଯିବ– ମନ୍ତ୍ରୀ ରଘୁନନ୍ଦନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଭାସୀ  ମାଧ୍ୟମରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ  ।

ନବରଙ୍ଗପୁର/ଭୁବନେଶ୍ଵର (ଶାସକ ପ୍ରଶାସକ) : ନବରଙ୍ଗପୁର ଜିଲ୍ଲା ଯୋଜନା କମିଟି ବୈଠକ ଆଭାସୀ(ଭର୍ଚୁଆଲ)  ବ୍ୟବସ୍ଥା  ମାଧ୍ୟମରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନ୍ୟବର ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି  ପ୍ରକାଶ କରିଛନ୍ତି । ପ୍ରାରମ୍ଭରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇ ବୈଠକରେ ଆଲୋଚନା  ହେବାକୁଥିବା ବିଷୟ ବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ମାନ୍ୟବର ମନ୍ତ୍ରୀ ତଥା  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କୁ ବକ୍ତବ୍ୟ ରଖିବାପାଇଁ  ଅନୁରୋଧ କରିଥିଲେ।  ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ମହାମାରୀ କରୋନ।ର କଠିନ ସମୟ ସତ୍ତ୍ୱେ ଆଭାସୀ ମାଧ୍ୟମରେ ଜିଲ୍ଲା ଯୋଜନା କମିଟି ବୈଠକ ଆୟୋଜନ କରାଯାଉଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ । ମହାମାରୀ କରୋନାର ସଫଳ ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅଗ୍ରଣୀ ଭୂମିକାକୁ ପ୍ରଶଂସା କରି ଆମ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନ। ସଂକ୍ରମିତ ଓ ମୃତୁ ହାର କମ୍ ଥିବା ଦର୍ଶାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଦିଗ୍ ଦର୍ଶନ ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି କହିଥିଲେ । ଏହି କଠିନ ସମୟରେ ସମସ୍ତେ ସଚେତନ ହୋଇ କରୋନା କଟକଣା ନିୟମକୁ ମାନି ଏହାର ସଫଳ ମୁକାବିଲା କରିବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଯେଉଁଠାରେ ଆବଶ୍ୟକତା ରହିଛି, ସେଥିରେ ପୂର୍ଣ୍ଣ ଭାବରେ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଏବଂ ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ନିଷ୍ପତ୍ତି ନିଆଯାଇ କାର୍ୟ୍ୟ ଖସଡ଼ା ପ୍ରସ୍ତୁତ କରାଯିବ, ତାହାକୁ ଅନୁମୋଦନ କରାଯାଇ କାର୍ୟ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ ଜିଲ୍ଲାରେ ଆବଶ୍ୟକ ଥିବା ବିଜୁଳି, ଜଳ, ଓ ସଡ଼କର ସୁବ୍ୟବସ୍ଥା ଓ ଏହା ଉପରେ ଥିବା ଶତକଡ଼ା ବ୍ୟୟ ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ କୃଷକମାନଙ୍କ ପାଇଁ ଆବଶ୍ୟକ ଜଳସେଚନର ସୁବ୍ୟବସ୍ଥା କରିବା ପାଇଁ  ବୈଠକରେ ଲୋକ ପ୍ରତିନିଧିମାନେ  ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ସଂପୃକ୍ତ ସମସ୍ତ ଲୋକପ୍ରତିନିଧି ନିଜ ନିଜର ଆବଶ୍ୟକ ଥିବା କାର୍ୟ୍ୟ ଖସଡ଼ା ପ୍ରସ୍ତୁତ କରି ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା  କାର୍ୟ୍ୟାଳୟରେ ଦେବା ପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ।

ଏହି ଆଭାସୀ ବୈଠକରେ  ସାଂସଦ ଲୋକସଭା ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ,  ନବରଙ୍ଗପୁର ବିଧାୟକ  ଶ୍ରୀ ସଦାଶିବ ପ୍ରଧାନୀ, ଡାବୁ ଗାଁ  ବିଧାୟକ ଶ୍ରୀ ମନୋହର ରନ୍ଧାରୀ,  ଝରି ଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଭଗବତୀ ଭତ୍ରା, ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ, ସଭ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ନିଜ ନିଜ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟିର ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଜିଲ୍ଲା ଯୋଜନା କାର୍ୟ୍ୟାଳୟର ଉପ ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 

0
0
0
s2sdefault