ହେଡଲାଇନସ୍:

"ବୁଧବାର ପାଇଁ କୋଭିସୀଲଡ଼ ଟୀକା ନାହିଁ , ତୁରନ୍ତ ଟୀକା ପଠାନ୍ତୁ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ କୋଭିସିଲଡ଼ ଟୀକା ସରି ଆସିଲାଣି । ମଙ୍ଗଳ ବାର ପରେ ଆଉ କୋଭିସିଲଡ଼ ଟୀକା ନଥିବ । ତେଣୁ ଜୁନ ମାସ ପାଇଁ ଆଉ ଅତିରିକ୍ତ 6 ଲକ୍ଷ ଡୋଜ ଟୀକା ତୁରନ୍ତ ପଠାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,  ଟୀକାକରଣ ଯେପରି ସୁରୁଖୁରୁରେ ଚାଲିବ ସେଥିପାଇଁ ଓଡ଼ିଶା ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ କୋଣ ଅନୁକୋଣରେ ଜାରି ରହିଥିବା କାରଣରୁ ଲୋକମାନେ ଏବେ ଟୀକା ନେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । 

ଶ୍ରୀ ଦାସ ତାଙ୍କ ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଜାନୁଆରୀ 16, 2021 ଠାରୁ ଏଯାବତ ଓଡିଶା ସରକାର  ଲୋକଙ୍କୁ 1.14 କୋଟି ଡୋଜ ଟୀକା ପ୍ରଦାନ କରିସାରିଲେଣି । ଓଡ଼ିଶାରେ ଟୀକା ନଷ୍ଟ ହେବା ହାର ନକାରାତ୍ମକ ଅର୍ଥାତ ମାତ୍ର 3% ଥିବା କାରଣରୁ 2.9 ଲକ୍ଷ ଡୋଜ ସୁରକ୍ଷିତ ରଖାଯାଇପାରିଛି । ଜୁନ 21 ତାରିଖ ଠାରୁ ରାଜ୍ୟ ସରକାର ହାରାହାରି 3ଲକ୍ଷ ଲୋକଙ୍କୁ ଟୀକାକରଣ କରୁଥିବା ବେଳେ ରାଜ୍ୟରେ ସାଢ଼େ ତିନି ଲକ୍ଷ ଟୀକାକରଣ କରିବାର କ୍ଷମତା ରହିଛି । ଜୁନ ମାସର ଦ୍ବିତୀୟର୍ଦ୍ଧରେ ଆବଣ୍ଟନ ଅନୁଯାୟୀ ଓଡିଶା 13,78,310 ଡୋଜ କୋଭିସିଲଡ଼ ଟୀକା ପାଇଛି, ଯାହାକି ସମସ୍ତ ଜିଲ୍ଲାକୁ ଟୀକାକରଣ ପାଇଁ ଆବଣ୍ଟିତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟରେ 3.38 ଲକ୍ଷ କୋଭିସିଲଡ଼ ଟୀକା ଷ୍ଟକ ଅଛି, ଯାହାକି ଆଉ ଦୁଇଦିନ ଯିବ । ତାପରେ ମଙ୍ଗଳବାର ପରେ ଆଉ ରାଜ୍ୟ ପାଖରେ ଟୀକାକରଣ ପାଇଁ କୋଭିସିଲଡ଼ ଟୀକା ଷ୍ଟକ ନଥିବ । ତେଣୁ ମଙ୍ଗଳବାର ପରେ ଆଉ ଟୀକା ସେସନ କରିବା ସମ୍ଭବପର ନୁହେଁ । ତେଣୁ ଏଭଳି ପରିସ୍ଥିତିରେ ଓଡ଼ିଶାକୁ ଜୁନ ମାସ ପାଇଁ ଆଉ 6 ଲକ୍ଷ ଡୋଜ ଟୀକା ତୁରନ୍ତ ପ୍ରେରଣ କରନ୍ତୁ । ଟୀକାକରଣକୁ ବ୍ୟବସ୍ଥିତ ଢଙ୍ଗରେ କରିବା , ଷ୍ଟକ ଆଉଟ ରୁ ବର୍ତ୍ତିବା ତଥା ହିତାଧିକାରୀଙ୍କ ପାଇଁ ସେସନ ଆଗୁଆ ଚୂଡାନ୍ତ କରିବା କଥାକୁ ଦୃଷ୍ଟିରେ ରଖି ଟୀକା ପ୍ରେରଣର ସ୍ଥିତି ନିଶ୍ଚିତ କରାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

 

0
0
0
s2sdefault