ହେଡଲାଇନସ୍:

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଗଜପତି ଜିଲ୍ଲାରେ ପାସ ହାର ୯୭.୭୨% 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏ-୧ ଗ୍ରେଡରେ ୪ , ଏ-୨ଗ୍ରେଡରେ ୧୩୧ , ବି-୧ ଗ୍ରେଡରେ ୩୭୪ , ବି-୨ ଗ୍ରେଡରେ ୧୦୩୯ , ସି-ଗ୍ରେଡରେ ୨୦୮୩

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଗଜପତି ଜିଲ୍ଲାରେ ପାସ ହାର ୯୭.୭୨%  ରହିଛି । ଜିଲ୍ଲାରେ ମୋଟ ୧୫୩ ଟି ବିଦ୍ୟାଳୟରୁ ୮୪୦୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବା ନିମନ୍ତେ ଆବେଦନ କରିଥିଲେ ଓ ସେଥି ମଧ୍ୟରୁ ୮୨୧୩ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । 

ଏ-୧ ଗ୍ରେଡରେ ୪ଜଣ , ଏ-୨ ଗ୍ରେଡ୍‌ରେ ୧୩୧ ଜଣ , ବି-୧ ଗ୍ରେଡ୍‌ରେ ୩୭୪ଜଣ , ବି-୨ ଗ୍ରେଡ୍‌ରେ ୧୦୩୯ଜଣ , ସି- ଗ୍ରେଡ୍‌ରେ ୨୦୮୩ଜଣ , ଡି- ଗ୍ରେଡ୍‌ରେ ୩୨୬୪ , ଇ- ଗ୍ରେଡ୍‌ରେ ୧୩୧୮, ଏଫ-ଗ୍ରେଡ୍‌ରେ ୯୪ଜଣ କୃତ କାର୍ଯ୍ୟ ହୋଇଥିବା ବେଳେ ୯୮ଜଣ ଅନୁପସ୍ଥିତ ରହିଥିଲେ।  

୪୧୭୭ ଜଣ ଛାତ୍ର ଓ ୪୦୩୬ ଜଣ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୭୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।

ସମସ୍ତ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ବୋଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଦ୍ୟାଳୟର ଏ-୧ ଗ୍ରେଡରେ ୪ ଜଣ , ଏ-୨ ଗ୍ରେଡରେ ୪୯  ଜଣ , ବି-୧ ଗ୍ରେଡରେ ୯ ଜଣ ଓ ବି-୨ ଗ୍ରେଡ ରେ ୮ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

 ଚଳିତ ବର୍ଷ ଜିଲ୍ଲାରେ ଏ-୧ ଗ୍ରେଡ଼ରେ ୪ ଜଣ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର । ଦେବାଶିଷ ପ୍ରଧାନ ୫୪୮ (୯୧.୩୩%) ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ତୁଷାର କୁମାର ପଣ୍ଡା  ୫୪୫ (୯୧%) ନମ୍ବର ରଖି ଦ୍ୱିତୀୟ ସ୍ଥାନ , ଅନାମିକା ମହାକୁଳ ଓ ବିକାଶ ଚୌଧୁରୀ ୫୪୦ (୯୦%) ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି।

0
0
0
s2sdefault