ହେଡଲାଇନସ୍:

ଚାଷୀଙ୍କୁ ଲୁଟୁଛନ୍ତି କୀଟନାଶକ ଔଷଧ ଦୋକାନୀ :ନିଘୋଡ଼ ନିଦରେ ନା ଚେଇଁ ଶୋଇଛି କୄଷି ବିଭାଗ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ରବି ୠତୁ ଯାଇ ଖରିଫ ୠତୁ ଆରମ୍ଭ ହେଲାଣି । ଚାଷୀ ଚାଷ କାମରେ ଲାଗି ପଡିଲେଣି । ବର୍ତ୍ତମାନ ଚାଷୀ ପାଗ ଅନୁଯାୟୀ ବିଳରେ ହଳ କରିବା ସହିତ ଧାନ ବୁଣା କାମ ମଧ୍ୟ ଆରମ୍ଭ କଲାଣି । ଚାଷୀ ସାର ଓ କୀଟନାଶକ ଔଷଧ ଦୋକାନରୁ ବିହନ,ସାର ତଥା କୀଟନାଶକ ଔଷଧ କିଣି ବ୍ୟବହାର କରୁଛନ୍ତି । ହେଲେ ଚାଷୀ ଠକାମିର ଶିକାର ହେଉଥିବା ଅଭିଯୋଗ ହେଉଛି । ପଦ୍ମପୁର ଉପଖଣ୍ଡରେ ଛତୁ ଫୁଟିଲା ପରି ସାର ଓ କୀଟନାଶକ ଔଷଧ ଦୋକାନ ଖୋଲୁଛି । ଚାଷୀ କିଣୁଥିବା ଧାନ ବିହନ କିମ୍ବା କୌଣସି ଔଷଧର ବିଲ ଦୋକାନୀ ମାନେ ଦେଉ ନାହାଁନ୍ତି । ଯାହାଦ୍ୱାରା କିଛି ଅସୁବିଧା ହେଲେ ଚାଷୀ ଫେରସ୍ତ ଅଥବା ଅଭିଯୋଗ ପାଇଁ ଆସିଲେ ଦୋକାନୀ ମାନେ ଆମଠୁ ନେଇ ନ ଥିବେ ବୋଲି କହି ମନା କରିଦେଉଥିବା ଅଭିଯୋଗ ହେଉଛି । କୄଷି ବିଭାଗ ଅଧିକାରୀଙ୍କୁ ଚାଷୀ ଏ ବିଷୟରେ ଅଭିଯୋଗ କଲେ କୄଷି ଅଧିକାରୀ ବିଲ ଆଣ ତା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଛନ୍ତି ।

ଏଥିରୁ କୄଷି ଅଧିକାରୀ ଓ ଦୋକାନୀ ମାନଙ୍କ ମଧ୍ୟରେ ବୁଝାମଣା ରହିଥିବା ଅନୁମାନ କରାଯାଉଛି । ଯାହାର ପ୍ରଭାବ ଚାଷୀ ମାନଙ୍କ ଉପରେ ପଡୁଛି । ଅନ୍ୟ ପଟେ ସାର ଓ କୀଟନାଶକ ଔଷଧ ଦୋକାନୀ ମାନେ ମନ ଇଛ୍ଛା ଚାଷୀଙ୍କୁ ଠକି ଲୁଟ କରି ଚାଲିଛନ୍ତି ,କିନ୍ତୁ କୄଷି ଅଧିକାରୀ କାର୍ଯ୍ୟାନୁଷ୍ଠାନ ବଦଳରେ ଦୋକାନୀ ମାନଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି । ତେଣୁ ପଦ୍ମପୁର ଉପଖଣ୍ଡ  ପ୍ରଶାସନ ଏ ବିଷୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୁଏ ।

0
0
0
s2sdefault