ହେଡଲାଇନସ୍:

ବାଙ୍ଗାଲୋରର ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଜିଲ୍ଲା-ପ୍ରଶାସନକୁ ୧୦୦ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନ କଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ସମୟରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ଦିନ ବାଙ୍ଗାଲୋର ସ୍ଥିତ "ୟୁନାଇଟେଡ଼ ୱେ" ସଂସ୍ଥା ପକ୍ଷରୁ  ଗଜପତି ଜିଲ୍ଲାରେ ଥିବା ତାଙ୍କର ଅଂଶୀଦାର ସହଯୋଗୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟୀକ ବିକାଶ ସଂସ୍ଥା ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ୧୦୦ ଗୋଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନଭାବେ ପ୍ରଦାନ କରାଯାଇଛି ।

   ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ରଙ୍କୁ ଏହି ୧୦୦ ଗୋଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର  ଏନଜିଓ:  ଅଂଶୀଦାର ସିସିଡି ସଂସ୍ଥାର ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁଙ୍କ ଦ୍ଵାରା ହସ୍ତାନ୍ତର କରାଯାଇଥିଲା । 

ଏହି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ତଥା କୋଭିଡ ରିଲିଫ ଉପକରଣ ଜିଲ୍ଲା ଚିକିତ୍ସାଳୟର ଦକ୍ଷତା ଉନ୍ନତିରେ ବିଶେଷ ସାହାଯ୍ୟ କରିବ। 

ଏହି ୪୬-୭ ଲିଟର କ୍ଷମତା ଅକ୍ସିଜେନ ରହିବା ବିଶିଷ୍ଠ  ଏହି କୋଭିଡ୍ ରିଲିଫ ଉପକରଣର ଗୋଟିଏ ଅକ୍ସିଜେନ ସିଲିଣ୍ଡରର ମୂଲ୍ୟ ପିଛା ୧୭ ହଜାର ୫୦୦ ଟଙ୍କା ହୋଇଥିବା ବେଳେ  ୧୦୦ ଗୋଟି ଜୁମ୍ବୋ ଅକ୍ସିଜେନର ମୂଲ୍ୟ ୧୭ ଲକ୍ଷ ୫୦ ହଜାର ଟଙ୍କା ଏବଂ ଆଇଜିଏସଟି:-୩ ଲକ୍ଷ ୧୫ ହଜାର ଟଙ୍କା ଏଭଳି ମୋଟ ୨୦ ଲକ୍ଷ ୬୫ ହଜାର ଟଙ୍କାର ହୋଇଥିବା ଏବଂ ମାଗଣାରେ ଏସବୁ ଜିଲ୍ଲା ପ୍ରଶାସନକୁ ଦାନ ରୂପେ ପ୍ରଦାନ କରାଯାଇଛି । 

ଏସବୁ ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ଦେଖା ଦେଇଥିବା କୋଭିଡ୍ ସମୟରେ ଅକ୍ସିଜେନ ଜନିତ ଅଭାବନୀୟ ପରିସ୍ଥିତିକୁ ବହୁ ମାତ୍ରାରେ ସମାଧାନ କରିପାରିବ । 

ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଆଧିକ ସୂଚନା ଦେଇ କହିଛନ୍ତି ଯେ , ବର୍ତ୍ତମାନ କରୋନା ମାହାମାରି ସମୟ ଚାଲିଛି ଏବଂ ଦ୍ଵିତୀୟ ଲହର କମିବାରେ ଲାଗିଛି । କିନ୍ତୁ ଆମ ଜିଲ୍ଲାରେ ଯେଉଁ ସକ୍ରିୟ ଭାବେ ସ୍ବେଚ୍ଛାସେବୀ  ଅନୁଷ୍ଠାନ ସିସିଡି କାର୍ଯ୍ୟ କରୁଛି , ତାଙ୍କର ଯେଉଁ ଫଣ୍ଡିଙ୍ଗ ଅରଗାନାଇଜେସନ ବାଙ୍ଗାଲୋରରେ "ୟୁନାଇଟେଡ଼ ୱେ" ରହିଛି , ସେହି ତରଫରୁ ସେମାନେ ଜିଲ୍ଲା ପ୍ରଶାସନଙ୍କୁ ୧୦୦ ଗୋଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଏବଂ ଅନ୍ୟାନ୍ୟ କୋଭିଡ୍ ରିଲିଫ ଉପକରଣ ଦେବା ପାଇଁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧକୁ ଗଜପତି ଜିଲ୍ଲା ପ୍ରଶାସନ ଗ୍ରହଣ କରିଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଅନେକ କୋଭିଡ୍ ରିଲିଫ ଉପକରଣ ସବୁ ଜିଲ୍ଲା ପ୍ରଶାସନଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

ମୁଖ୍ୟତଃ ଜିଲ୍ଲାରେ  ଆବଶ୍ୟକତା ସମୟରେ ଅକ୍ସିଜେନ ଯୋଗାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯାହାକି , ଦ୍ଵିତୀୟ ଲହରରେ ଆମର ଅକ୍ସିଜେନର ଆବଶ୍ୟକତା ଅଧିକ ରହିଥିଲା । ଆଗାମୀ ଦିନରେ ଏହି ସାହାଯ୍ୟ ଜିଲ୍ଲା ପ୍ରଶାସନକୁ ନିଶ୍ଚିତ ଭାବେ କୋଭିଡ୍ ସମୟରେ ଅକ୍ସିଜେନ ପରିଚାଳନାର ସୁସ୍ଥ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା କହିଛନ୍ତି । 

ପରେ ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ସବୁ ଆର୍ ଏମ୍ ସି  ପରିସରରେ ଥିବା  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଗୋଦାମ ଗୃହରେ ରକ୍ଷା ଯାଇଥିଲା ।

  ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଦାୟିତ୍ୱରେ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡିଏମ୍ଆରସିଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ , ଶ୍ରୀ ନେତ୍ରାନନ୍ଦ ଶତପଥୀ ଏବଂ ସିସିଡି ଅନୁଷ୍ଠାନର ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault