ହେଡଲାଇନସ୍:

ପଦ୍ମପୁରରେ କରୋନା ସଚେତନତା ରାଲି ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ଦେଶ ବର୍ତ୍ତମାନ ଏକ ଘଡିସନ୍ଧି ମୁହୁର୍ତ୍ତରେ ଗତି କରୁଛି । ଏପରି ସମୟରେ ଜନସାଧାରଣ ସରକାରଙ୍କ ସଚେତନତା ନିୟମ ମାନି ଚଳିବା ନିହାତି ଆବଶ୍ୟକ । ବିଭିନ୍ନ ଜାଗାରେ ସରକାର ଭିନ୍ନ ଭିନ୍ନ ପ୍ରକାରରେ ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନ କରାଉଛନ୍ତି । ପଦ୍ମପୁର ସହରର ୦୬ ନମ୍ବର ଓ୍ବାର୍ଡରେ ଆଶାକର୍ମୀ ମଞ୍ଜୁ ଭୋଇଙ୍କ ନେତୄତ୍ବରେ ଓ୍ବାର୍ଡରେ ଏକ ସଚେତନତା ରାଲି ପରିକ୍ରମା କରି ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନ କରିବା ସହିତ କରୋନା ଟିକା ନେବାକୁ ଲୋକଙ୍କୁ ନିବେଦନ କରିଥିଲେ । ଏହି ରାଲିରେ ଅଙ୍ଗନଓ୍ବାଡି କର୍ମ ଧୁବୁନି ଭୋଇ,କମଳା ବନିଆ,ସହକର୍ମୀ ମମତା ସାହୁ ଓ ସ୍ବୟଂ ସହାୟକ ଗୋଷ୍ଠୀର ସୁଜାତା ରଣା,ଗୋଲାପ ଭୋଇ, କୁନ୍ତଳା ସାହା,କୌଶଲ୍ୟା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault