ହେଡଲାଇନସ୍:

ଅନବସରରେ  ତିନି ଦିଅଁ : କାଲିଠୁ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଅନିମେଶ ପଟ୍ଟନାୟକ)  : ସରିଲା ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଅଣସର ଘରକୁ ଗଲେ ତିନି ଠାକୁର । କାଲିଠୁ ଶ୍ରୀମନ୍ଦିରରେ  ପୂଜା ପାଇବେ ପଟି ଦିଅଁ । ଚତୁର୍ଦ୍ଧାମୁର୍ତ୍ତୀଙ୍କ ଅନବସର କାଳରେ ପଟି ଦିଅଁ ପୂଜାର ପରମ୍ପରା ଅଛି । 

ସ୍ନାନ ପୁର୍ଣିମାର ସମସ୍ତ ନୀତି ସମ୍ପନ୍ନ ହେବା ପରେ ମଧ୍ୟରାତ୍ରରେ ପଟି ଦିଅଁ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ପଟରେ ଅଙ୍କା ଯାଇଥିବାରୁ ପଟି ଦିଅଁରେ ନାମିତ କରାଯାଇଛି । ଚିତ୍ରକାର ସେବକମାନେ ପ୍ରତିବର୍ଷ ଏହି ପଟିଦିଅଁମାନଙ୍କୁ ଶୁଦ୍ଧପୂତ ଭାବେ ଆଙ୍କିଥାନ୍ତି। 

ସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ମଧ୍ୟରେ ୧୫ଦିନ ଶ୍ରୀବିଗ୍ରହମାନଙ୍କୁ ସର୍ବସାଧାରଣ ଦର୍ଶନ ମିଳିନଥାଏ । ଭିତରକାଠ ପାଖରେ ଥିବା ଅନବସର ପିଣ୍ଡିରେ ମହାପ୍ରଭୁମାନେ ଅଣସର ନୀତିରେ ରୁହନ୍ତି । ଏହି ଅନବସର ଗୃହକୁ ତାଟିରେ ପ୍ରସ୍ତୁତ କରାଯାଇଥାଏ । ଅନବସର ଗୃହର ବାହାର ପଟ ତାଟିରେ ଏହି ପଟି ଦିଅଁ ମାନେ ପୂଜା ପାଇଥାନ୍ତି ।

ଚତୁର୍ଦ୍ଧାମୁର୍ତି ଭିନ୍ନ ଭିନ୍ନ ନାଁରେ ପଟରେ ପୂଜା ପାଇଥାନ୍ତି । ଶ୍ରୀଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ବା ଯାଜ୍ଞସେନୀ ଓ ଶ୍ରୀ ସୁଦର୍ଶନ ପତିତପାବନ ଭାବେ ପୂଜା ପାଇଥାନ୍ତି । ଏହି ପଟିଦିଅଁଙ୍କ ସମ୍ମୁଖରେ ଖଟ ଉପରେ ଚଳନ୍ତି ପ୍ରତିମା ମଦନମୋହନ, ଦୋଳଗୋବିନ୍ଦ, ଶ୍ରୀନୃସିଂହ, ଶ୍ରୀରାମକୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀ ଆଦି ସପ୍ତବିଗ୍ରହ ମଧ୍ୟ ପୂଜା ପାଇଥାନ୍ତି। ଏମାନଙ୍କୁ ଦଶାବତାର ମଧ୍ୟ କୁହାଯାଇଥାଏ ।

0
0
0
s2sdefault