ହେଡଲାଇନସ୍:

ନିରବଦ୍ରଷ୍ଟା ବନବିଭାଗ: ସମ୍ବଲପୁର ସହରରେ ଅବାଧରେ ଚାଲିଛି ବେନିୟମ କରତକଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ସମ୍ବଲପୁର ସହରରେ ଅବାଧରେ ଚାଲିଛି ବେନିୟମ କରତ କଳ , ନିରବଦ୍ରଷ୍ଠା ସାଜିଛି ସମ୍ବଲପୁର ବନବିଭାଗ । ବାରମ୍ବାର ଜନସାଧାରଣ ବେନିୟମ କରତକଳ ବନ୍ଦ ପାଇଁ ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବନବିଭାଗ । ଏଥିପାଇଁ ସମ୍ବଲପୁର ସହରରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।

ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁର ଏବେ କାଠ ମାଫିଆ ଙ୍କ ଭୁସ୍ୱର୍ଗ ପାଲଠିଥିବା ଅଭିଯୋଗ ହୋଇଛି  । କାହିଁକି ନା ସମ୍ବଲପୁର ସହର ରେ ବନବିଭାଗ ର ନାକତଲେ ଚାଲିଛି ଅବାଧରେ ଏକାଧିକ ବେନିୟମ କରତକଳ । ସହରର ଜନବସତି ଅଞ୍ଚଳରେ ବେନିୟମ ଭାବରେ ଚାଳିଥିବା କରତକଳ ବନ୍ଦ ପାଇଁ ଲୋକ ଙ୍କ ଦାବିକୁ ଅଣଦେଖା କରୁଛନ୍ତି ସମ୍ବଲପୁର ବନବିଭାଗ । ସମ୍ବଲପୁର ସହରର ବେନିୟମ କରତକଳ କୁ କେବଳ ଲୋକ ଦେଖାଣିଆ ଭାବରେ ଚଡାଉ କରି ନିଜ ଉପରୁ ଦୋଷ ହଟାଇବା ପାଇଁ ବନବିଭାଗ କାର୍ଯ୍ଯ  କରୁଛି ବୋଳି ଅଭିଯୋଗ କରିଛନ୍ତି ଲୋକେ ।

ସହରର ବେନିୟମ କରତକଳ ପାଇଁ ସହରକୁ ଲାଗି ରହିଥିବା ପ୍ରାକୃତିକ ଜଙ୍ଗଳ ନଷ୍ଠ ହେଉଥିବା ସାଧାରଣ ରେ ଅଭିଯୋଗ ହେଉଛି । ଅପରପକ୍ଷରେ ଏନେଇ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର କହିଛନ୍ତି ଯେ ସମ୍ବଲପୁର ବନବିଭାଗ ବେନିୟମ କରତକଳ ଉପରେ କାର୍ଯ୍ୟାନୁଷ୍ଠାନ କରିବା କାର୍ଯ୍ଯ ଯାରିରଖିଛି । ଏଥିପାଇଁ ବିଭିନ୍ନ ସମୟରେ ଚଡାଉ କରାଯାଇ ବେନିୟମ କରତକଳ କୁ ସିଜ କରାଯାଉଛି । ଏହାସହ  ସହର ରେ ନିୟମ ରେ ଚାଳୁଥିବା କରତକଳ କୁ ଏକ ନିଦ୍ଧିଷ୍ଠ ସ୍ଥାନରେ ଥଇଥାନ କରିବା କାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ସରିବା ପରେ ବେନିୟମ କରତକଳ ଚାଳିବା ଉପରେ ରୋକ ଲଗାଯାଇ ପାରିବ ବୋଳି ଡିଏଫଓ  କହିଛନ୍ତି ।

 ସମ୍ବଲପୁର ସହରରେ ବେନିୟମ କରତକଳ ଉପରେ ରୋକ ଲଗାଇବା ପାଇଁ ବନବିଭାଗ ର ଯୋଜନା କେତେ ଫଳପ୍ରଦ ହେବ ତାହା କୁ ଅପେକ୍ଷା ।              

0
0
0
s2sdefault