ହେଡଲାଇନସ୍:

ବରଗଡ ଜିଲ୍ଲାରେ ଦୁଇଟି ଅମ୍ଳଜାନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ପକାଇଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ହେବ ପିଏସଏ ଓ ଏଲଏମଓ  ପ୍ରକଳ୍ପ 

ବରଗଡ :-  କୋରୋନା ମହାମାରୀ ବିଶ୍ୱ ପାଇଁ ଚଳିତ ଶତାବ୍ଦୀର ସର୍ବବୃହତ ମହାମରୀ କୁହାଯାଇପାରେ । ଗତ ବର୍ଷ ପରଠାରୁ ଦେଶରେ ଏହି ମହାମରୀର ଦୁଇଗୋଟି ଲହର ଦ୍ୱାରା ସାରା ବିଶ୍ୱ ପ୍ରଭାବିତ ହେବା ସହିତ ଅନେକ ବହୁମୂଲ୍ୟ ଜୀବନ ନଷ୍ଟ ହୋଇଛି । ବିଶେଷଜ୍ଞ ମାନଙ୍କର କହିବା ମୁତାବକ ଏହି ମହାମାରୀର ତୃତୀୟ ଲହର ମଧ୍ୟ ଶୀଘ୍ର ଆସିବ । 

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ଦେଶରେ ଇତି ମଧ୍ୟରେ ସରକାର ସମ୍ଭାବିତ ତୃତୀୟ ଲହରର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକତା ମୁତାବକ ସମସ୍ତ ପ୍ରକାରର ପ୍ରସ୍ତୁତି କୁ ଯଥା ଶୀଘ୍ର ସମ୍ଭବ ସମ୍ପୁର୍ଣ୍ଣ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ଆଜି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ (PSA) ଭେଷଜ ଅମ୍ଳଜାନ ଉତ୍ପାଦନ ବ୍ୟବସ୍ଥା(167 LPM) ଏବଂ ତରଳ ଭେଷଜ ଅମ୍ଳଜାନ (LMO 6KL) ସଂରକ୍ଷଣ ପଦ୍ଧତି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କର କମଳରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି  । ଏହି ଅବସରରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର  ସହିତ  ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁ,ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନ,ଏସପି ପଦ୍ମିନୀ ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତ୍ତା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଅନେକ ଚିକିତ୍ସକ ଓ ସ୍ୱାସ୍ଥ୍ୟ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ପ୍ରକଳ୍ପର କାମ ଯଥା ଶୀଘ୍ର ସମ୍ପୁର୍ଣ୍ଣ ହେବ  । ଓଡିଶା ସରକାରଙ୍କର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଏହି ପ୍ରକଳ୍ପ ହେବା ଦ୍ୱାରା ସମଗ୍ର ଜିଲ୍ଲା ର ଲୋକେ ଉପକୃତ ହେବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ଆଶା ବ୍ୟକ୍ତ କରିବା ସହିତ ପୁଣିଥରେ ସମସ୍ତେ ସତର୍କ ରହିବା , ମାକ୍ସ ପରିଧାନ କରିବା , ସବୁ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।

0
0
0
s2sdefault