ହେଡଲାଇନସ୍:

ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ(PSA) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, କୋରୋନାର ଦ୍ୱିତୀୟ ଲହରରେ ମେଡିକାଲ କରୋନାର ଦ୍ୱିତୀୟ ଲହରରେ ମେଡିକାଲ ଅକ୍ସିଜେନ୍‍ ଆବଶ୍ୟକତା ବହୁତ ବଢିଯାଇଥିଲା । ଏହି ସମୟରେ ଓଡିଶା ନିଜର ଆବଶ୍ୟକତା ପୂରଣ କରିବା ସହ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‍ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ପ୍ରତି ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ । ଅକ୍ସିଜେନ୍‍ ଉତ୍ପାଦନଠାରୁ ଆରମ୍ଭ କରି ରୋଗୀଙ୍କ ପାଖରେ ପହଞ୍ଚାଇବା ଏକ ଜଟିଳ ପ୍ରକ୍ରିୟା ।ଏଥିରେ ଅନେକ ଯନ୍ତ୍ରପାତି, ଯାନବାହନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ । ଦ୍ୱିତୀୟ ଲହର ମୁକାବିଲା ଲାଗି ଓଡିଶାକୁ ଦେଶର ବିଭିନ୍ନ ସ୍ଥାନ ସମେତ ଚାଇନାରୁ ଅକ୍ସିଜେନ୍‍ ସିଲିଣ୍ଡର ଅଣାଯାଇଛି । ଏହାଦ୍ୱାରା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଧିକ ସୁଦୃଢ ହୋଇଛି । କରୋନା ଭୂତାଣୁ ସଂକ୍ରମଣର ଗତି ଅନିଶ୍ଚିତ । ଏଥିଲାଗି ଆମକୁ ପ୍ରସ୍ତୁତ ରହିବାକୁ ହେବ । ରାଜ୍ୟର ସ୍ଥାସ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି । ପ୍ରମୁଖ ହସ୍ପିଟାଲ୍‍ଗୁଡିକରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ନିର୍ମାଣ କରାଯାଉଛି । ଆଜିର ନୂଆ ବ୍ୟବସ୍ଥା ଲୋକଙ୍କୁ ଖୁବ୍‍ ଶୀଘ୍ର ସେବା ଯୋଗାଇବ l କୋଭିଡ ନିୟମ ପାଳନ ସାଙ୍ଗକୁ ଟୀକାକରଣ  ସମସ୍ତେ ସହଯୋଗ କରିବା ଅନୁରୋଧ କରିଥିଲେ l

କାର୍ଯ୍ୟକ୍ରମରେ   ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଅକ୍ସିଜେନ୍‍ କ୍ଷେତ୍ରରେ ଓଡିଶା ଦେଶ ପାଇଁ ନୂଆ ଆଶା ହୋଇପାରିଛି । ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ୱାରା ରାଜ୍ୟ ତୃତୀୟ ଲହରର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ରାୟଗଡରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସlରକା  ଯୋଗଦେଇ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା  କରିଥିଲେ l  ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ(PSA) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ  ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ  l ସରକାରଙ୍କ ଦୁରଦୃଷ୍ଟି ଫଳରେ ଆଜି ରାଜ୍ୟ ପ୍ରଥମ ଓ ଦ୍ଵିତୀୟ ଲାହାରିକୁ ସଫଳତା ସହିତ ମୁକାବିଲା କରି ପାରିଛି ବୋଲି କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ବିଧାୟକ ରାୟଗଡ ଶ୍ରୀ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଅନ୍ୟନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀଅନେକ ଯୋଗଦେଇଥିଲେ l

      ଭlରଚୁଆଲ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଲେ, ରାୟଗଡକୁ ମିଶାଇ ରାଜ୍ୟର 8ଟି ଜିଲ୍ଲାରେ  ଏହି ବ୍ୟବସ୍ଥା ଆଜି କରଲଯାଇଥିବା ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର ଓ ଅନ୍ୟନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l

0
0
0
s2sdefault