ହେଡଲାଇନସ୍:

କରୋନାରୁ ସୁରକ୍ଷା ନିମନ୍ତେ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ପାଇଁ ଆନୁଷାଙ୍ଗିକ ଉପକରଣ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) : କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ରାୟଗଡ ଜିଲ୍ଲାରେ ଥିବା ୪ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କୁ ଆକ୍ସନଏଡ ତରଫରୁ ମାସ୍କ, ଥର୍ମାଲ ସ୍କାନର, ଡିଜିଟାଲ ଥର୍ମା ମିଟର, ଅକ୍ସି ମିଟର, ପିପିଇ କିଟ, ଫେସ ସିଲ୍ଡ ମାସ୍କ ପ୍ରଭୁତି ପ୍ରଦାନ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ମନୋରଂଜନ ମିଶ୍ର ଓ ଜିଲ୍ଲା ଶିଶୁ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ସୁରକ୍ଷା କିଟ ଗୁଡିକୁ ପ୍ରଦାନ କରାଯାଇଥିଲା । ଶିଶୁ ମାନଙ୍କ ସୁରକ୍ଷା ସମସ୍ତଙ୍କର ପ୍ରାଥମିକତା ହେବା ଆବଶ୍ୟକ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଲେ । ଆକ୍ସନଏଡର ଜିଲ୍ଲା ସଂଯୋଜକ ଶ୍ରୀ ରତ୍ନେଶ୍ୱର ସାହୁ ଏହି ପ୍ରକ୍ରିୟାରେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ଜିଲ୍ଲାରେ ୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରାୟ ୧୩୦ ଜଣ ଅନ୍ତେବାସୀ ରହୁଛନ୍ତି । 

0
0
0
s2sdefault