ହେଡଲାଇନସ୍:

 ହରଭଙ୍ଗା ବ୍ଲକ : ଆଦର୍ଶ ହରାଉଛି ଆଦର୍ଶ ବିଦ୍ୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

•କଚ୍ଛପ ଗତିରେ ଚାଲିଛି ହଷ୍ଟେଲ ନିର୍ମାଣ

•ଶିକ୍ଷକ ମରୁଡି ଚିନ୍ତାରେ ଅଭିଭାବକ 

03-07-18-simun.jpg - 56.65 kBବୌଦ୍ଧ (ସିମୁନ ନାଏକ) ; ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ରେ ଏକ ପ୍ରଗତି ମୂଳକ ପଦକ୍ଷେପ ନେଇ ରାଜ୍ୟର ସମସ୍ତ ବ୍ଲକ ମାନଙ୍କ ରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ । ଗ୍ରାମାଂଚଳରେ ଥିବା ମେଧାବୀ ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚୟନ  କରି ସେମାନଙ୍କୁ ମାଗଣା ଖାଇବା ପିଇବା  ଓ ଆବାସିକ ହଷ୍ଟେଲ ରେ ରହିବା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସହ ସିବିଏସଇ ପ୍ୟାଟେନ ରେ ପ୍ରତିଯୋଗିତା ମୂଳକ ଗୁଣାତ୍ମକ ପ୍ରଦାନ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରି ସେଠାରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ତଦନୁଯାଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପାଇଁ ପୁରୁଣାକଟକ ପଂଚାୟତର ମଣିପୁର ଠାରେ ଏକ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇ ୨୦୧୭-୧୮ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ ହୋଇଥିଲା ଓ ପ୍ରଥମ କରି ଏହି ବିଦ୍ୟାଳୟରେ ବ୍ଲକର ବିଭିନ୍ନ କୋଣ ଅନୁକୋଣରୁ ୧୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ସେହିପରି ଚଳିତ ବର୍ଷ ମାତ୍ର ୮୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡିଛି । ହେଲେ ଏହି ଅଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ ହେବାର ଦୀର୍ଘ ୧ ବର୍ଷରୁ ଆଧିକ ଦିନ ଅତିବାହିତ ହୋଇସାରିଥିଲେ ମଧ୍ୟ ଗୋଟିଏ ପଟେ କଚ୍ଛପ ଗତିରେ ଛାତ୍ରୀ ଆବାସିକ ହଷ୍ଟେଲ ନିର୍ମାଣ କାମ ଚାଲିଥିବା ବେଳେ ଅନ୍ୟପଟେ ଛାତ୍ରଙ୍କ ସକାଶେ ଅଦୈ ହଷ୍ଟେଲ ନିର୍ମାଣ କାମ ଅରମ୍ଭ ବି ହୋଇନାହିଁ । ତେଣୁ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ଘରକୁ ଯିବା ଆସିବା କରିବାକୁ ପଡୁଛି । ସୂଚନା ଯୋଗ୍ୟ ଯେ ମଣିପୁର ଆଦର୍ଶ ବିଦ୍ୟାଳୟ ଠାରୁ ତଳଗାଁ ଓ ମହାଲିକପଡା ଭଳି ସୀମାନ୍ତବର୍ତୀ ପଂଚାୟତର ଦୂରତା ପ୍ରାୟ ୪୦ କିମି ରୁ ଉର୍ଦ୍ଧ ଅଟେ ଏହି ଅଂଚଲ ସମେତ ହରଭଙ୍ଗା ବ୍ଲକର ଅଧିକାଂଶ ଅଂଚଳରେ ପରିବହନ ବ୍ୟବସ୍ଥା ଠିକ ନଥିବା ହେତୁ ଅଭିଭାବକ ମାନେ ନିଜ ପିଲାମାନଙ୍କୁ ପ୍ରତିଦିନ ସ୍କୁଲ ନେବାଆଣିବା କରିବା ପାଇଁ ନିର୍ଦ୍ଧିଷ୍ଟ ଅଟୋକୁ ମାସିକିଆ ମୋଟା ଅଙ୍କର ଭଡା ଦେବାକୁ ଆର୍ଥିକ  ସ୍ୱଚ୍ଛଳ ଭଲ ନଥିବା ଅନେକ ଅଭିଭାବକ ଏଠାରେ ପାଠ ପଢାଇବାକୁ ଚାହୁଁନଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟପଟେ ସ୍କୁଲରେ ପ୍ରିନ୍ସିପାଲ, ଇାଂରଜୀ, ହିନ୍ଦୀ, ସଂସ୍କୃତ, କଳା ଓ ସଂସ୍କୃତ. ନୃତ୍ୟ ଓ ସଙ୍ଗୀତ , ଶାରୀରିକ ଆଦି ବିଭାଗର ଶିକ୍ଷକ ନଥିବା ବେଳେ କାର୍ଯ୍ୟଳୟରେ କାର୍ଯ୍ୟ କରିବା ପାଇଁ ସାମାନ୍ୟ କିରାଣି ମଧ୍ୟ ନିଯୁକ୍ତି ହୋଇପାରି ନାହାଁନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କାଥା ହେଲା କମ୍ପ୍ୟୁଟର  ଶିକ୍ଷକ ନିଯୁକ୍ତି ଦିଆଯାଇଛି ସତ ମାତ୍ର କମ୍ପ୍ୟୁଟର ଆଦର୍ଶ ବିଦ୍ୟାଳୟରେ ନଥିବା ପଡିଛି । ସେହିପରି ମଧ୍ୟାନ ଭୋଜନ ପ୍ରସ୍ତୁତ ପାଇଁ ୪ ଜଣ ନିଯୁକ୍ତି ପାଇବା ବଦଳରେ ମାତ୍ର ୨ ଜଣ ରୋଷେୟା ଙ୍କୁ ନିଯୁକ୍ତି ଦିଆଯାଇଥିବା ଯୋଗୁଁ ଅନେକ ସମୟରେ ଖାଦ୍ୟ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଏହି ବିଦ୍ୟାଳୟ ଜାତିୟ ରାଜପଥ ଠାରୁ ମାତ୍ର ୨ କିମି ହୋଇଥିବା ବେଲେ ଏହି ଦୁଇ କିମି ରାସ୍ତା ଅତ୍ୟନ୍ତ ସଚୋନୀୟ ଅବସ୍ଥା ରେ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ । ଛାତ୍ରୀ ଅଭିଭାବକ ବନମାଳୀ ପ୍ରଧାନଙ୍କ କହିବା କଥା ହେଲା ଗତ ବର୍ଷେ ହେଲା ତାଙ୍କର ଝିଅ ସମେତ ତାଙ୍କ ଗ୍ରାମର ଅଖପାଖରୁ ୮ ଜଣ ପୁଅ ଝିଅକୁ ପ୍ରତିଦିନ ଏକ ଓଟୋରିକ୍ସା ରେ ନେବା ଆଣିବା କରିବା ପାଇଁ ମାସିକ ୧୨ ଶହ ଟଙ୍କା ଦେବାକୁ ପଡୁଛି । ଯଦି ଚଳିତ ବର୍ଷ ଏହାର ବିହିତ ପଦକ୍ଷେପ ନନିଆଯାଏ । ବାଧ୍ୟ ହୋଇ ସେଠାରୁ ପିଲାର ନାଁ ଅନ୍ୟ କୌଣସି ସ୍କୁଲରେ ଲେଖାଇବି । କେବଳ ସେ ନୁହଁନ୍ତି ତାଙ୍କ ଭଳି ଆହୁରି ଅନେକ ଅଭିଭାବକ ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ଅଭିଯୋଗ କରିଛନ୍ତି । ଏନେଇ ହରଭଙ୍ଗା ଗୋଷ୍ଠୀ  ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କ ମତାମତ ନେବାରୁ ସେ ଛାତ୍ର ମାନଙ୍କ ସକାଶେ ନିର୍ମାଣାଧିନ ଥିବା ହଷ୍ଟେଲ କାମ ପ୍ରାୟତଃ ଶେଷ ହୋଇ ଗଲାଣି ଖୁବ ଶ୍ରୀଘ୍ର ଆମକୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରଡି ବିଭାଗ ନିର୍ବାହିଯନ୍ତ୍ରୀ ଙ୍କୁ ଚିଠି କରାଯାଇଛି । ସେହିପରି ବହୁ ଦୂରଦୂରାନ୍ତରୁ ସ୍କୁଲକୁ ନିୟମିତ ଯିବା ଆସିବା କରୁଥିବା ଛାତ୍ର ମାନଙ୍କୁ ଅସ୍ଥାୟୀ ଭାଶ୍ୱେଳକା ଶ୍ରେଣୀ ଗୃହକୁ ରହିବାର ବ୍ୟବସ୍ଥା କରିବା ପାଇଁ ଆମେ ଚେଷ୍ଟା କରୁଛୁ । ସେହିପରି ବିଦ୍ୟାଳୟରେ ଅନ୍ତତଃ ପକ୍ଷେ ଜଣେ ଲେଖାଏଁ ଇଂରାଜୀ, ହିନ୍ଦୀ, ସଂସ୍କୃତ, କ୍ରୀଡା, ଓ ଡ୍ରଇଂ କଳା ଶିକ୍ଷକ ଙ୍କୁ ଅଳ୍ପ ଦିନ ମଧ୍ୟରେ ନିଯୁକ୍ତି ଦିଆଯିବା ପାଇଁ ଚୟନ ପ୍ରକ୍ରିୟା ଚୁଡାନ୍ତ ହୋଇ ସାରିଥିବା କହିଥିଲେ ।  ଏଥି ପ୍ରତି ଜିଲ୍ଲା ଶିକ୍ଷା ବିଭାଗ ଆବଶ୍ୟକ ପ୍ରତିକାର ନ କରାଗଲେ ଆଗାମି ଦିନରେ ଅଭିଭାବକ ମାନେ ନିଜର ପିଲା ମାନଙ୍କୁ ଅନ୍ୟତ୍ର ପଠପଢାଇବେ ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି । 

 

0
0
0
s2sdefault