ଏଲଙ୍ଗାଲପାଡୁ ଗ୍ରାମରେ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ରିତା ବେକେରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ):  ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଗ୍ରାମ ପଂଚାୟତର ଏଲଙ୍ଗାଲପାଡୁ ଗ୍ରାମରେ ରିତା ବେକେରୀ ନାମରେ ଏକ ବେକେରୀ କାରଖାନାକୁ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ  ଶ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରକାଶ ଯେ, ବେକାରୀ ସମ୍ବନ୍ଧୀୟ ସମସ୍ତ ଜିନିଷ କ୍ରୟ କରିବାକୁ ହେଲେ ରାୟଗଡ ସହର ଉପରେ ନିର୍ଭର କରୁଥିଲେ ଥେରୁବାଲି ଅଂଚଳ ବାସୀ । ବର୍ତମାନ ଏହି ବେକେରୀ ପ୍ରତିଷ୍ଠା  ଫଳରେ ଆଉ ଦୂରକୁ ଯିବାକୁ ପଡିବନି ବୋଲି ଅଂଚଳ ବାସୀଙ୍କ ସହ କାରଖାନାର ପ୍ରତିଷ୍ଠାତା ପ୍ରହଲ୍ଲାଦ ହିକକା ପ୍ରକାଶ କରିଛନ୍ତି ।  ବେକେରୀରେ ପ୍ରସ୍ତୁତ ଦ୍ରବ୍ୟର ଗୁଣାତ୍ମକ ରକ୍ଷା କରି ଲୋକଙ୍କୁ ଯୋଗାଇ ପାରିଲେ ଅଂଚଳ ବାସୀ ଉପକୃତ ହେବେ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଥେରୁବାଲି ଗ୍ରାମ ପଂଚାୟତର ସରପଂଚ ଶ୍ରୀମତୀ କମଳା ହିକକା, ମୁନିଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର କାଡ୍ରାକା ଓ ଇମ୍ଫା କାରଖାନାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତ ପ୍ରସାଦ ପାଣିଗ୍ରାହୀଙ୍କ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତୀ ଉପସ୍ଥିତ ଥିଲେ । 

0
0
0
s2sdefault