ହେଡଲାଇନସ୍:

ୟାକୁ କଣ କହିବା : ଉଚ୍ଚମାନର ନା ନିମ୍ନମାନର କାମ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଖାମଖୀଆଲି ଆଦତ ବଦଳୁନି : ଦୟାକରି ଦୃଷ୍ଟି ଦେବେ କି ପ୍ରଶାସନ !!!!

ପଦ୍ମପୁର- ଗ୍ରାମାଞ୍ଚଳକୁ ସିଧାସଳଖ ତଥା ସଦରମହକୁମା ସହ ଯୋଡିବା ପାଇଁ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ଯେଉଁ ଯାଗାରେ ଯୋଗାଯୋଗ ପାଇଁ ନଦୀ ବାଧା ସୃଷ୍ଟି କରୁଛି ସେହି ସ୍ଥାନରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରାଯାଉଛି । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଖାମଖୁଆଲି ମନୋଭାବ ଯୋଗୁଁ କିଛି ସ୍ଥାନରେ ନିର୍ମାଣଧୂନ ପୋଲ ତଥା ନିର୍ମାଣର ଅଳ୍ପ ଦିନରେ ଭାଙ୍ଗି ଯାଉଥିବା ଖବର ସାମ୍ନାକୁ ଆସିଛି। ଏପରି ସ୍ଥିତିରେ ସରକାରଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ,ହେଲେ ସେହିଭଲି ଖାମଖୁଆଲି ମନୋଭାବ ତଥା ନିମ୍ନମାନର କାମ ବନ୍ଦ ହେଉନାହିଁ । ଯନ୍ତ୍ରୀବାବୁଙ୍କ ଜାଣତରେ ଚାଲିଛି କି ଠିକାଦାରଙ୍କ ମନମାନି ! ନହେଲେ କାର୍ଯ୍ୟାନୁଷ୍ଠାନ ଭୟ ଥାଇ ବି ଠିକାଦାରଙ୍କ ଆଦତ ବଦଳୁନି !

ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଉଲି ଠାରେ ଥିବା ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଏକ ପୋଲ ନିର୍ମାଣ କରାଯାଉଛି । ଏହି ପୋଲ ନିର୍ମାଣ ହେଲେ ଚାରପାଲି ଏବଂ କନସିଂହା ପଞ୍ଚାୟତର ଜନସାଧାରଣ ସହଜରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ଯାହାର ନିର୍ମାଣ ଭାର ଏଲଏନଆଇସି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ଦିଆ ଯାଇଛି। ୨୪୫.୦୪ ମିଟର ଦୈର୍ଘ୍ୟ ଓ ୭.୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ପୋଲର ମୂଲ୍ୟ ରହିଛି ୧୦୪୪.୮୫ ଲକ୍ଷ ଟଙ୍କା । ନିର୍ମାଣର ଅଳ୍ପ କିଛି ଦିନ ମଧ୍ୟରେ ଅଛରାଏ ବର୍ଷା ହେବା ଫଳରେ ସାଇଟ କାନ୍ଥ ପ୍ୟାକିଙ୍ଗରେ ନିମ୍ନ ମାନର କାମ ଯୋଗୁଁ ମାଟିଦବି ଯିବା ସହ ରାସ୍ତାରେ ଫାଟ ହୋଇଯାଇଛି । ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଏପରି ଅବ୍ୟବସ୍ଥା ତ ଯଦି ନଇରେ ବନ୍ୟା ଜଳ ପ୍ରବାହିତ ହୁଏ ତେବେ ପୋଲ ରହିବ ନା ଧୋଇ ହୋଇ ଯିବ ତାହା ଏବେ ପ୍ରଶ୍ନବାଚୀ । ଠିକାଦାର, ବିଭାଗୀୟ ଯନ୍ତ୍ରୀ ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ମାନେ ଅତି ନିମ୍ନ ମାନର କାମ କରୁଛନ୍ତି ଏବଂ ହାତ ଗୁଞ୍ଜା ପାଇଗଲେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ ରହୁଛନ୍ତି । ଲୋକଙ୍କ ତଥା ଅଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏଭଲି ଅସାଧୁ ଠିକାଦାର ଓ କର୍ମଚାରୀ ମାନଙ୍କ ଯୋଗୁଁ ତାହା ଲୋକଙ୍କ ପଖରେ ପହଞ୍ଚି ପାରୁନାହିଁ । ଅନ୍ୟପଟେ ନିମ୍ନ ମାନର କାମ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜନସାଧାରଣ ଅଭିଯୋଗ କଲେ ଲୋକ ମାନଙ୍କୁ ଭୁଆଁ ବୁଲେଇ ଚୁପ କରେଇ ଦେଉଛନ୍ତି । ଏଥିରୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 

0
0
0
s2sdefault