ହେଡଲାଇନସ୍:

ଖୋଳଖାଳି ଗ୍ରାମରେ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞାମ ଜିଲ୍ଲା ବୁଗୁଡା ବ୍ଳକ ଖୋଳଖାଳି ଗ୍ରାମପଞ୍ଚାୟତରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟିକାକରଣ କାର୍ଯ୍ୟକ୍ରମ ଖୋଳଖାଳି ସରପଞ୍ଚ ସୂର୍ଯ୍ଯମଣୀ ଗୌଡଙ୍କ ଉପସ୍ଥିତରେ ଗ୍ରାମର ମଣ୍ଡପ ଠାରେ ୪୫ ବର୍ଷରୁ ଉର୍ଦ୍ଧ ବ୍ଯକ୍ତି ମାନଙ୍କ ଟିକାଦାନ କରାଯାଇଥିଲା ।ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ , ଆଶା କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଘରକୁ ଘର ବୁଲି କରୋନ ପ୍ରତିରୋଧକ ଟିକା ଗ୍ରହଣ କରିବା ପାଇଁ ଲୋକଙ୍କୁ ଡାକି ସଚେତନତା କରିଇବା ସହିତ ଟିକା ନେବାପାଇଁ ନିବେଦନ କରିଥିଲେ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରାମର ୩୩ ଜଣ ଟିକା ନେଇଥିଲେ । ସ୍ବାସ୍ଥ୍ୟ କର୍ମୀ ଡି.ହେମପ୍ରଭା ପ୍ରିୟଦର୍ଶିନୀ ଓ ମାମିନୀ ନାୟକ ଲୋକଙ୍କୁ ଟିକା ଦେଇଥିବା ବେଳେ ସିଆରସିସି ମାନଷ ରଞ୍ଜନ ସେଠୀ , ଅଙ୍ଗନବାଡ଼ି କର୍ମୀ ମଧୁମିତା ବାରିକ , ଯାଞ୍ଜଶିନୀ ରାଉତ ,ଅନିତା ପ୍ରଧାନ ,ଭାରତୀ ସାହାଣୀ ଓ ଆଶା କର୍ମୀ ଚନ୍ଦ୍ରମା ବିଷୋୟୀ , ଭାଗ୍ଯଲତା ସେଠୀ ,ଗ୍ରାମର ସମସ୍ତ ଅଙ୍ଗନବାଡ଼ି ସହାୟିକା ଟିକାକରଣ କାର୍ଯ୍ୟରେ ସହଯୋଗ କରିଥିଲେ । ସମିତିସଭ୍ଯ ବିବେକାନନ୍ଦ ବାରିକ ପରିଚାଳନା କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିଥିବା ବେଳେ କାର୍ତ୍ତିକ କୁମାର ମଙ୍ଗଳ, କେଦାର ବିଷୋୟୀ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

0
0
0
s2sdefault