ହେଡଲାଇନସ୍:

ରଥଯାତ୍ରା ସମୟରେ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନର ଗୁରୂତ୍ଵପୂର୍ଣ୍ଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୪ଟି ପର୍ଯ୍ୟାୟରେ ହେବ ସବାୟତ,ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନଙ୍କ ଆରଟି-ପିସିଆର ଟେଷ୍ଟ

ପୁରୀ: ଆଗକୁ ଆସୁଛି ଶ୍ରୀଜିଉମାନଙ୍କ ସ୍ନାନ ଯାତ୍ରା । ପରେ ପରେ ଗୁଣ୍ଡିଚା, ବାହୁଡା ଓ ନିଳାଦ୍ରୀ ବିଜେ । ଏ ସବୁକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ବୈଠକରେ କୋଭିଡ ପରିଚାଳନା ସହ ମହାପ୍ରଭୁଙ୍କ ଯାତ୍ରା ଆଦିକୁ କିପରି ସୁଚାରୁ ରୂପେ ହେବ ସେନେଇ ଆଲୋଚନା ହୋଇଥିଲା । 

୪ଟି ପର୍ଯ୍ୟାୟରେ ସେବାୟତ, ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନର ହେବ ଆରଟି-ପିସିଆର ଟେଷ୍ଟ । ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଏବଂ ନିଳାଦ୍ରୀ ବିଜେର ୧୫ଦିନ ପରେ ସମସ୍ତଙ୍କ ଆରଟି-ପିସିଆର ଟେଷ୍ଟ କରାଯିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି । 

ଆହୁରି ମଧ୍ୟ ସେବାୟତମାନଙ୍କ ଟିକାକରଣକୁ ବ୍ୟାପକ କରିବାକୁ ବୈଠକରେ ଆଲୋଚନା ହୋଇଛି । ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର କାମ ଗୁଡିକୁ ସରଳି କରଣ ପାଇଁ ଏକ ନୋଡାଲ ଅଫିସର ନିଯୁକ୍ତି ନେଇ ମଧ୍ୟ ଆଲୋଚନା କରାଯାଇଛି । ସମସ୍ତ ନିଯୋଗ ସହ ଆଲୋଚନା କରି ସମସ୍ତଙ୍କୁ ପର୍ଯ୍ୟାପ୍ତ  ମାସ୍କ ଓ ସାନିଟାଇଜର ଯୋଗାଇବା ସହ କୋଭିଡ ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଡ଼ କ୍ରିଷନ କୁମାର ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ସିଡିଏମଓ ଓ ଶ୍ରୀମନ୍ଦିର ପ୍ରଶାସନର କେତକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault