କୁର୍ମା ଠାରେ ସ୍ବାସ୍ଥ୍ୟ ସଚେତନ ଶିବିର ଅନୁଷ୍ଠିତ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଜଗଦଳପୁର ପଞ୍ଚାୟତ କୁର୍ମା ଗାଁ କଲ୍ୟାଣ ସମିତି ତରଫରୁ ଏକ ସ୍ବାସ୍ଥ୍ୟ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏଚଓ ସୁଷିମ ଅମିତାଭ ସେଠ ଓଡ଼ିଶାର ସ୍ବାସ୍ଥ୍ୟ ପରିଦର୍ଶକ ସୁଦାମ ମିର୍ଦ୍ଧା ଯୋଗଦେଇ କରୋନା ମହାମାରୀ ଠାରୁ କିପରି ରକ୍ଷା ପାଇବା ତଥା ସଚେତନ ରହିବା ସେ ବିଷୟରେ ଆଲୋଚନା କରିଥିଲେ । ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନ କରିବା ସହିତ ସାମାଜିକ ଦୂରତା ରଖିବା, ମାକ୍ସ ପିନ୍ଧିବା ଓ ହାତ ଧୋଇବା ପାଇଁ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରିୟଙ୍କା ସେଠ,ଅଙ୍ଗନବାଡ଼ି କର୍ମୀ ଶଚିବତି ନାଗ,ଗନ୍ଧର୍ବୀ ଭୋଇ,ଆଶାକର୍ମୀ ବୄନ୍ଦାବତୀ ଭୋଇ ଏବଂ ଅଙ୍ଗନବାଡି ସହାୟିକା ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault