ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ୍ ସାଢେ଼ ୪ କୋଟି ରାଜ୍ୟବାସୀଙ୍କ ମଧ୍ୟରେ ନୂଆ ଆଶା ଓ ଭରସା ସୃଷ୍ଟି କରିବ : ସଞ୍ଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Sanjay appointed as deputy chairman of Planning Board - Update Odisha

ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ କରୋନା ସମଗ୍ର ମାନବ ଜାତି ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । କରୋନା ବିରୋଧରେ ସଂଗ୍ରାମ ଜାରି ରହିଛି । ମହାମାରୀର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । କୋଭିଡ୍  ସଂକ୍ରମଣକୁ ନିୟନ୍ତ୍ରଣ କରିବା ଏବଂ ଚିକିତ୍ସା ପାଇଁ ସୃଷ୍ଟି ହୋଇଥିବା ଆହ୍ୱାନକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରୁଛନ୍ତି । ଏଭଳି କଠିନ ସମୟରେ ମୁଖ୍ୟମନ୍ତ୍ରୀ ୧୬୯ଠ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା ଯୋଗୁଁ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ, ଆଦିମ ଜନଜାତି, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ସାଢେ଼ ୪ କୋଟି ରାଜ୍ୟବାସୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ୟାକେଜ୍ ନୂଆ ଆଶା ଓ ଭରସା ସୃଷ୍ଟି କରିବ ବୋଲି ରାଜ୍ୟ ଯୋଜନା ବୋର୍ଡ  ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି ।

0
0
0
s2sdefault