ଓଲଟିଲା ପେପର ବୋଝେଇ ଟ୍ରକ, ଦୁଇ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି - ଗଞ୍ଜାମ ଜିଲ୍ଲା ସୀମାନ୍ତର ପାଳୁଖୁଳା ନିକଟ ବୁଲାଣିରେ ଓଲଟିଲା ଏକ ପେପର ଗୁଣ୍ଡ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ବୁଧବାର ଦିନ ସକାଳ ୮ଟା ସମୟରେ ରାୟଗଡା ପଟୁ ଏକ ପେପର ବୋଝେଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୁଳା ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଲା।ଯାହାଫଳରେ ଗାଡ଼ିଚାଳକ ଅମୁଲ୍ୟ କୁମାର ଭୁୟାଁ (୩୦)ହେଲ୍ପର କୃଷ୍ଣଗୌଡ଼ (୨୫) ଙ୍କ ମୁଣ୍ଡ , ହାତ ,ଗୋଡ଼ରେ ଆଘାତ ଲାଗିଥିଲା। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୁନୀଲ କୁମାର ଦାଶ , ତାପସ ସାମନ୍ତରାୟ , ଆନନ୍ଦ ପ୍ରଧାନ ଓ ଅନ୍ୟ କର୍ମଚାରୀ ମିଳିତ ଭାବରେ ଗାଡିରୁ ରକ୍ତାକ୍ତ ଅବସ୍ଥାରେ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

0
0
0
s2sdefault