ହେଡଲାଇନସ୍:

ଆବାସିକ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଖାଦ୍ୟ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା  ଉପରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମନ୍ୱୟ କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-06-18-parla-1-w.jpg - 52.31 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ଆବାସିକ ଓ ଆଶ୍ରମ ବିଦ୍ୟାଳୟର  ଛାତ୍ରଛାତ୍ରୀମାନଙ୍କ ପୁଷ୍ଟିକର ଖାଦ୍ୟ ଓସ୍ୱାସ୍ଥ୍ୟ ସ୍ୱଚ୍ଛତା ଉପରେ ଏକ ଜିଲ୍ଲାସ୍ତରୀୟ ଯୋଜନା ଓ ସମନ୍ୱୟ ସେଚତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ   ଶେଷଦେବ ମିଶ୍ର ଏହି କର୍ମଶାଳା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆବାସିକ ଆଶ୍ରମ ବିଦ୍ୟାଳୟ ଓ ଅନ୍ତେବାସୀଙ୍କ କ୍ଷେତ୍ରରେ ଯେଭଳି କୌଣସି ଅସୁବିଧା ନହୁଏ ଏବଂ ସେମାନଙ୍କ ରହିବା ଖାଇବାଓ ସ୍ୱାସ୍ଥ୍ୟଗତ ସୁସ୍ଥତା ଦିଗରେ ସମସ୍ତ ପ୍ରଧାନ ଶିକ୍ଷକ ଓ ବିଭାଗୀୟ ଅଧିକାରୀ ମାନେ ସଣ୍ଢୁର୍ଣ୍ଣ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଯୋଗଦେଇ କାର୍ଯ୍ୟକ୍ରମର ଅଭିମୁଖ୍ୟ ଓ ପିଲାମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉପରେ ଏବଂ ଏଡିଏମଓ ତା ସରୋଜ କୁମାର ରଥ ଏଡିଏମଓ ଡା ଭି ଲୋକନାଥ ଓ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳନ  ମୃତ୍ୟୁଞ୍ଜୟ ମୁଣ୍ଡ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଅଛି । ଏବଂ ଜରୁରୀ କାଳୀନ ପରିସ୍ଥିତି ବେଳେ ପିଲାଙ୍କ ଚିକିତ୍ସା ସେବା କ୍ଷେତ୍ରରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଭୁମିକା ସମ୍ପର୍କରେ କହିଥିଲେ ।

ମିଳିତ ଜାତି ସଂଘ ଜନସଂଖ୍ୟା ପାଣ୍ଠିର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ  କୁମାର ମନିଷ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କ ଏ ଦିଗରେ ତାଙ୍କର ଭୁମିକା ଓ ଦାୟୀତ୍ୱ କିଭଳି ନିର୍ବାହ କରିବେ ସେ ସଣ୍ଢର୍କରେ ବୁଝାଇଥିଲେ । ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ  ସୁଶାନ୍ତ ପଣ୍ଡା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭଗର ସୁଶାନ୍ତ ନାୟକ ଯୋଗଦେଇ ରାଷ୍ଟ୍ରିୟ  ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ ଯେଉଁ ମାନେ କାର୍ଯ୍ୟରତ ସେମାନଙ୍କ ମାଇକ୍ରୋ ପ୍ଲାନ ଉପରେ କହିଥିଲେ । ଜିଲ୍ଲା ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ  ଦେବାଶିଷ ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା ଓ ପରିଚାଳନା କରିଥିଲେ ।

0
0
0
s2sdefault