ହେଡଲାଇନସ୍:

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନରେ ସମ୍ପନ୍ନ ହେଲା ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ଅନ୍ତିମ ସଂସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ସହିଦ ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ସ୍ଥାନ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପଙ୍ଗା ଗ୍ରାମପଞ୍ଚାୟତର ବାଗାରାମା ଗ୍ରାମ ଠାରେ ସମ୍ପର୍ଣ ହୋଇଛି I ଆଜି ସକାଳେ ସହିଦ ଜବାନଙ୍କ ମୃତ ଶରୀର କଳିଙ୍ଗିଆ ଠାରେ ପହଞ୍ଚି ଥିଲା I ତାପରେ ଏକ ଶୋଭାଯାତ୍ରାରେ ଘୁ. ଉଦୟଗିରି ସହର ଦେଇ ବାଗାରାମା ଗ୍ରାମକୁ ଯାଇ ଥିଲା I ନିଜ ଗ୍ରାମ ବାଗାରାମା ଠାରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ସମଗ୍ର ଅଞ୍ଚଳ ଫାଟି ପଡ଼ୁ ଥିଲା ଅଞ୍ଚଳ I ଖବର ପ୍ରସାରିତ ହେବା ପରେ ବିଭିନ୍ନ ସ୍ଥାନରେ ଜନସାଧାରଣ ସହିଦ ଜବାନଙ୍କ ମୃତ ଶରୀର ଉପରେ ପୁଷ୍ପ ପକାଇ ଶେଷ ବିଦାୟ ଜଣାଉ ଥିଲେ I ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ବେଳେ ଉପଜିଲ୍ଲାପାଳ ବାଲିଗୁଡ଼ା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଘୁ.ଉଦୟଗିରି, ଗୋଷ୍ଠିଉନ୍ନୟନ ଅଧିକାରୀ ରାଇକିଆଙ୍କ ସମେତ ବହୁ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସେନା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶେଷ ଦର୍ଶନ କରିଥିଲେ I ସହିଦ ଜବାନଙ୍କ ପୁଅ ମୁଖାଗ୍ନି ଦେଇ ଥିଲେ I ଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଗାର୍ଡ ଅଫ ଅନର  ଦିଆ ଯାଇଥିଲା I ପ୍ରାପ୍ତ ସୂଚନା ଅନୁସାରେ ସହିଦ ଜବାନ ସଞ୍ଜୟ କୁମାର ପ୍ରଧାନ ୨୦୦୭ ମସିହାରେ RR-୪୭ ବାଟାଲିଆନ ବିହାର ରେଜିମେଣ୍ଟରେ ଯୋଗ ଦେଇ ଜାମ୍ମୁ କାଶ୍ମୀରରେ କାର୍ଯ୍ୟରତ ଥିଲେ I ଗତ ୧୩ ତାରିଖରେ କୁକପାଡ଼ା ଜିଲ୍ଲା କେଗାଁଓରେ କାର୍ଯ୍ୟରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇ ଥିଲେ I ତାଙ୍କୁ ସଂଗେ ସଂଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠା ଯାଇ ଥିଲା I ହେଲେ ଜବାନ ସଞ୍ଜୟ କୁମାର ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରି ଥିଲେ I ସଂଗେ ସଂଗେ ସେନା କାର୍ଯ୍ୟାଳୟ ପକ୍ଷରୁ ପରିବାର ଲୋକାଙ୍କୁ ଜଣାଇ ଦିଆଯାଇ ଥିଲା I ଜବାନଙ୍କ ମୃତ ଦେହ ବ୍ୟବଚ୍ଛେଦ ପରେ ସେନା କାର୍ଯ୍ୟାଳୟ ପକ୍ଷରୁ ଜନ୍ମ ମାଟି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବାଗାରାମା ଅଭିମୁଖେ ଅଣାଯାଇ ଥିଲା I ବର୍ତ୍ତମାନ ସହିଦ ଜବାନଙ୍କ ମାଁ, ଭାଇ, ଧର୍ମପତ୍ନୀ ଏବଂ ନ ବର୍ଷର ପୁଅ ଅଛନ୍ତି I

0
0
0
s2sdefault