ହେଡଲାଇନସ୍:

ସଫଳ ହେଲା ପୋଲିସ, ଜାଲରେ ଧରା ପଡିଲା ଦୁର୍ବୃତ୍ତ : ସରିଲା 5 ଘଂଟାର ହାଇ ଡ୍ରାମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫିଲ୍ମ ଢଙ୍ଗୀରେ ଘରେ ପଶି ଗୋଟେ ପରିବାରର ୩ଜଣଙ୍କୁ ବନ୍ଧୁକ ମୁନରେ ବନ୍ଧକ ଘଟଣାରେ ଅଭିଯୁକ୍ତ ବିକ୍ରମ ପୋଲିସ ଖାପଚରେ

ବଲାଂଗୀର / ନିରୋଜ ମିଶ୍ର : ଦୀର୍ଘ 5 ଘଣ୍ଟା ଧରି ନକେଦମ ହେଲେ ବି ସଫଳ ହୋଇଛି ବଲାଂଗୀର ପୋଲିସ । ନାଟକୀୟ ଭାବେ ନିଜର ସମସ୍ତ କଲବଳ କୌଶଳ ପ୍ରୟୋଗ କରି ଗିରଫ କରିଛି ଦୁର୍ବୃତ୍ତକୁ । ବଲାଙ୍ଗୀର ସହର ମଧ୍ୟରେ ଥିବା ଶାନ୍ତିପଡା ସ୍ଥିତ ରହୁଥବା  ହୋତା ଙ୍କ ଘରେ ଜଣେ ଅଜଣା ଯୁବକ ଫିଲ୍ମ ଢଙ୍ଗୀରେ ପଶି ବନ୍ଧୁକ ମୁନରେ ୩ଜଣଙ୍କୁ ଅଟକ ରଖିବା ଘଟଣାରେ ଅପହରଣ କାରୀକୁ ଗିରଫକରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ। ସୂଚନା ଅନୁସାରେ ବଲାଙ୍ଗୀର ସହରର ଶାନ୍ତିପଡା ରେ ରହୁଥିବା ହୋତାଙ୍କ ଉପର ମହଲାରେ ଜଣେ ବନ୍ଧୁକଧାରୀ ଯୁବକ ଫିଲ୍ମ ଢଙ୍ଗୀରେ ପଶିଥିଲେ।ତେବେ ପ୍ରାପ୍ତ ସୂଚନାନୁସାରେ ବନ୍ଧୁକଧାରୀ ଯୁବକ ଜଣକ ବଲାଙ୍ଗୀର ତାଳପାଳି ପଡ଼ାର ବିକ୍ରମ ପଣ୍ଡା ହୋଇଥିବା ବେଳେ ସହର ମଧ୍ୟରେ ଥିବା ପେଲେସଲାଇନ ସ୍ଥିତ ଦୋକାନ ଦେଇଥିବା ଜଣାପଡିଛି।ତେବେ ବିକ୍ରମ ଘର ଭିତରେ ପଶି ପରିବାରର ତିନି ଜଣଙ୍କୁ ବନ୍ଦକ ରଖି ଆତଙ୍କ ଚଳାଇଥଲେ।ଘଟଣା ସ୍ଥଳରେ ପୋଲିସ ଏସଡ଼ିପିଓ ତୋଫାନ ବାଗ ପହଞ୍ଚି ଯୁବକଙ୍କୁ ବୁଝା ସୁଝା କରିବା ସହ ବନ୍ଧକ ଙ୍କୁ ଛାଡିବା ପାଇଁ ନିବେଦନ କରିଥିଲେ।ଅନ୍ୟପଟେ ଅପହରଣକାରୀ କାରୀ କାହା କଥା ଶୁଣି ନଥିଲେ।ଯେଉଁଥିରେ ଦୀର୍ଘ ୫ ଘଣ୍ଟା ର ଉଦ୍ୟମ ପରେ ସମସ୍ତ ବନ୍ଧକଙ୍କୁ ଅଗ୍ନିଶମ ବିଭାଗ ଉପରମହଲାର ପଛ ପଟ ଝରକା ଦେଇ ଉଦ୍ଦାର କରଥିଲା।ଯାହା ପରେ ଆରକ୍ଷୀ ଅଧକ୍ଷ ଙ୍କ ନେତୃତ୍ୱରେ ପୋଲିସ ବନ୍ଧୁକ ଧାରୀ ତଥା ଫିଲ୍ମ ଢଙ୍ଗୀରେ ପଶିଥିବା ଅପହରଣ କାରୀ ଙ୍କୁ ଧରିବା ଅପରେସନ ଆରମ୍ଭ କରିଥିଲା।ଯେଉଁଥିରେ ବିକ୍ରମ କୁହାଯାଉଥିବା ଅପହରଣକାରୀଙ୍କୁ ଆତ୍ମସମର୍ପଣ କରାଇବା ପାଇଁ ତା ସାଙ୍ଗ ମାନଙ୍କୁ ମଧ୍ୟ ପୋଲିସ ଡ଼ାକି ଘର ଭିତରକୁ ପଠାଇଥିଲା।ହେଲେ ଯୁବକ ଜଣକ ତାଙ୍କ ସାଙ୍ଗଙ୍କ କଥା ମଧ୍ୟ ଶୁଣିନ ଥିଲେ।ଶେଷରେ ପୋଲିସ ୫ ଘଣ୍ଟାରୁ ଉର୍ଦ୍ଧ  ଛକାପଞ୍ଜା ପରେ ସୁରକ୍ଷିତ ଭାବେ ଅପହରଣ କାରୀ ବିକ୍ରମ କୁ ଗିରଫ କରିଛି।ତେବେ ଏହି ଗିରଫ ସମୟରେ ଘଟଣା ସ୍ଥଳରେ ଦୁଇ ରୁ ତିନି ରାଉଣ୍ଡ ଫାଇରିଙ୍ଗ ହୋଇଥିବା ମଧ୍ୟ ଜଣାପଡିଛି। ତେବେ ଏହା ପୋଲିସ ପକ୍ଷରୁ ନାଁ ଅପହରଣ କାରୀ ବିକ୍ରମ ପକ୍ଷରୁ ଫାଇରିଙ୍ଗ ହୋଇଛି ତାହା ସ୍ପଷ୍ଟ ହୋଇନି।ଅନ୍ୟପଟେ ଅପହରଣ କାରୀ ବିକ୍ରମ ର ଉଦେଶ୍ୟ କଣ ଥାଇପାରେ ଓ ସେ କାହିଁକି   ବନ୍ଧୁକ ମୁନରେ ତିନି ଜଣଙ୍କୁ ଦୀର୍ଘ ୫ରୁ ୬ ଘଣ୍ଟା କାଳ ବନ୍ଧକ ରଖି ପୋଲିସ ପ୍ରଶାସନ ର ନାକେ ଦମ କରିଥିଲା ତାହା ପୋଲିସ ପ୍ରଶାସନର ପ୍ରକୃତ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇବ।ତେବେ ଏହି ଅପହରଣ କାରୀର ଏଭଳି ଫିଲ୍ମ ଢଙ୍ଗୀରେ ଜଣକ ଘରେ ପଶିବା ଓ ଅପହରଣ ଘଟଣା କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ବାସୀନ୍ଧାଙ୍କ ସହ ସହର ସହସାଧିକ ଜନସାଧାରଣ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

0
0
0
s2sdefault