ହେଡଲାଇନସ୍:

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସାଇପାଲି ସେବା ସମବାୟ ସମିତିର ୩ ଦିନ ଧରି ଚାଲିଥିବା ତାଲା ବନ୍ଦ ଆନ୍ଦୋଳନ ସ୍ଥଗିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ଶାସକ ପ୍ରଶାସକ):ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ସାଇପାଲି ସେବା ସମବାୟ  ସୋସାଇଟି କୁ ଚାଷୀ ମାନେ ଗତ ତା ୧୨ ୵ ୬ ରିଖ ଦିନ ତାଲାବନ୍ଦ କରି ଧାରଣା ରେ ବସିଥିଲେ । ଲେପ୍ସ ହୋଇଥିବା ୨୫ ଜଣ ଚାଷୀଙ୍କ ଟୋକନ ରେ ଧାନ ବିକ୍ରୀ,ସାଇପାଲି ମଣ୍ତିରେ ହଜାର ହଜାର ବସ୍ତା ଧାନ ପଡିଥିବା ବେଳେ ମିଲର୍ସ ମାନେ ଧାନ ଉଠାଉ ନଥିବାରୁ ତାର ପ୍ରତିବାଦରେ ତାଲାବନ୍ଦ ଓ ଧାରଣା କାର୍ଯ୍ଯକ୍ରମ ଚାଳିଥିଲା । ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ଜିଲ୍ଲା ଉପ ସଭାପତି ଶ୍ରୀ ଭୋଜରାଜ ସାହୁ,ମଣ୍ତଳ ସଭାପତି ଶ୍ରୀ ସଜ୍ଜନ ଦଣ୍ତସେନାଙ୍କ ନେତୃତ୍ବରେ ପାଖାପାଖି ଶହେ ଜଣ ଚାଷୀ ଏହି ଆନ୍ଦୋଳନରେ ସାମିଲ ଥିଲେ । ଗତ କାଲି ଆନ୍ଦୋଳନ ସ୍ଥିଳିକୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଆସି ଆନ୍ଦୋଳନରତ ଚାଷୀ ମାନଙ୍କୁ ସମର୍ଥନ କରିଥିଲେ । ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁର ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେପୁର ରୁ ସେ ଯେତେ ବେଳେ ଇସ୍ତଫା ଦେଲେ ସେ ଘୋଷଣା କରିଥିଲେ  ଯେ ବିଜେପୁର ନିର୍ବାଚନ ମଣ୍ଡଳୀର ସଂପୂର୍ଣ୍ଣ ଦାୟିତ୍ବ ମୋର, ତେବେ ଯେତେ ବେଳେ ବିଜେପୁର ଅଞ୍ଚଳର ଚାଷୀ ମାନେ ମଣ୍ତିରେ ଧାନ ବିକ୍ରୀ କରିପାରୁ ନାହାନ୍ତି, ମିଲର୍ସ ମାନେ ୧୦ କେଜି ପ୍ରତି କ୍ବିଣ୍ଟାଲ ରେ କଟନି ଛଟନି ନ କଲେ ମଣ୍ତିରୁ ଧାନ ଉଠାଉ ନଥିବା ବେଳେ ବିଜେପୁର ର ଦାୟିତ୍ବ ନେଇଥିବା ମାନ୍ଯବର ମୁଖ୍ୟମନ୍ତ୍ରୀ ଏବେ କେଉଁଠି ବୋଲି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । ଶ୍ରୀ ପୁରୋହିତ ଏକ ସମସ୍ତ ଘଟଣା ଉପରେ ବରଗଡ ଜିଲ୍ଲାପାଳଙ୍କ ସହ ଧାରଣା ସ୍ଥଳିରୁ ଟେଲିଫୋନ ଯୋଗେ ଆଲୋଚନା କରି ୩ ଦିନ ଧରି ସାଇପାଲି ସେବା ସମିତିର ସାମନା ରେ ଚାଷୀ ମାନେ ଧାରଣା ବସିଥିବା ବେଳେ କେହି ଜଣେ ଅଧିକାରୀ ମଧ୍ଯ ଆନ୍ଦୋଳନ ପାଇଁ ଆସିଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ  । ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସାଇପାଲି ମଣ୍ତିର ଧାନ ଉଠାଇବା ପାଇଁ ମିଲର୍ସ ଟେକ୍ ବଢାଇବା ସହ ଆନ୍ଦୋଳନକାରୀ ସ୍ଥଳିକୁ ଯାଇ ତୁରନ୍ତ ସମସ୍ଯାର ସମାଧାନ କରିବା ପାଇଁ ସମବାୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ସନ୍ଧ୍ୟାରେ ପଦ୍ମପୁର ସମବାୟ ବିଭାଗର ଅତିରିକ୍ତ ରେଜିଷ୍ଟାର ଶ୍ରୀ ସୁରେନ୍ଦ୍ର ମେହେର ଆନ୍ଦୋଳନ ସ୍ଥଳିକୁ ଆସି ବହୁ ସମୟ ଆଲୋଚନା କରିବା ପରେ ଟୋକନ ଲେପ୍ସ ହୋଇଥିବା ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ମାନେ ସୋସାଇଟିର ତାଲା ଖୋଲିଥିଲେ ଓ ଆନ୍ଦୋଳନ କୁ  ସ୍ଥଗିତ ରଖିଥିଲେ । ପ୍ରମୁଖ ଚାଷୀଙ୍କ ଭିତରେ ଆନନ୍ଦ ସାହୁ,ଦୀପକ ନନ୍ଦ,ଭାସ୍କର ସାହୁ,ଅକ୍ଷୟ ନାଏକ,ରଞୀନ ନାଏକ,ବିଜୟ ସାହୁ,ସୁରୁବାବୁ ବିଶି,ସତ୍ଯନାରାୟଣ ବେହେରା,ବିଶି କେଶନ ମେହେର,ଲକ୍ଷ୍ମୀଧର ବାଗ,ଅକ୍ଷୟ ସାହୁ ପ୍ରମୁଖ ଆନ୍ଦୋଳନ ରେ ମୁଖ୍ଯ ଭୂମିକା ନେଇଥିଲେ   ।

0
0
0
s2sdefault