କିଡନୀ ରୋଗରେ ଆକ୍ରାନ୍ତ ଡାଣ୍ଡୁପାଟି ବୁଡୁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଲ୍ୟାସିଂହପୁର ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ଅଧିନସ୍ତ ଦେଉଲବାଡ଼ି ଚଞ୍ଚଡ଼ାସାହି ର ଡାଣ୍ଡୁପାଟି ବୁଡୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ  ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ। ଡ୍ରାଇଭର କାମ କରି ଯାହା ଅର୍ଥ ଉପାର୍ଜନ କରୁଥିଲେ ସେଥିରେ ସ୍ତ୍ରୀ କୁମାରୀ ଡାଣ୍ଡୁପାଟୁ ଓ ଦୁଇ ସନ୍ତାନକୁ ଭରଣ ପୋଷଣ କରି ଜୀବନ ଅତିବାହିତହୋଇ ଯାଉଥିଲା କିନ୍ତୁ ଦେହ ଖରାପ୍ ହେଲାପରେ ଏବେ ସେ ଏବଂ ତାଙ୍କ ପରିବାର ବହୁତ୍ ହଇରାଣରେ ରହିଛନ୍ତି। ହଠାତ୍ ଦେହ ଖରାପ୍ ହେବାରୁ ପ୍ରଥମେ କଲ୍ୟାଣସିଂହପୁର ଡାକ୍ତରଖାନାକୁ ଯାଇ ଚିକିତ୍ସା ହେଲେ | ପୁଣି ଦେହ ଠିକ୍ ନ ହେବାରୁ ରାୟଗଡ଼ ମୁଖ୍ୟ ଡାକ୍ତରଖାନା ତାପରେ ଜେକେପୁର  ଠାରେ ଘରୋଇ ଡାକ୍ତର ପାଖରେ ଚିକିତ୍ସିତ ହେଲେ କିନ୍ତୁ ହେଲେ ବି ଦେହ ଠିକ୍ ନ ହେବାରୁ ପାର୍ବତୀପୂର୍ ଯାଇ ସେଠାରେ ମଧ୍ୟ ଚିକିତ୍ସତ ହେଲାପରେ କିଡନୀ ଖରାପ୍ ଥିବା ବିଷୟରେ ଜଣା ପଡିଲା | ସେଠାରେ ଚିକିତ୍ସିତ ହେଲା ପରେ ବି ସ୍ବାସ୍ଥ୍ୟରେ ସୁଧାର ନ ଆସିବା ପରେ ଅର୍ଥ ଅଭାବ ଯୋଗୁଁ ବାଧ୍ୟ ହୋଇ ଘରେ ରହି ଛଟପଟ ହେଉଛନ୍ତି। ଏବେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ଆଉ ଭଗବାନ ଙ୍କ ଭରସାରେ ରହିଛନ୍ତି। ଦୁଇ ଓଳି ଭଲ ଖାଇବାକୁ ନ ହେଲା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ! ସାହି ପଡିଶା ଲୋକ ବି ଯଥା ସମ୍ଭବ ସାହାଯ୍ୟ ବି କରିଲେ | ହେଲେ କିଡନୀ ରୋଗ ପାଇଁ ଏତେ ଟଙ୍କା ଆଣିବେ କେମିତି ! ସେଥିପାଇଁ ଏବେ ପ୍ରଶାସନ ପାଖରେ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି ପରିବାର ଲୋକ।  

0
0
0
s2sdefault