ଓଡିଶା ସରକାରଙ୍କ କୋଭିଡ ଲଢେଇରେ ଆଇସିଆଇସିଆଇ ବ୍ୟାଙ୍କ ବଢ଼ାଇଲା ସହଯୋଗର ହାତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସମ୍ପ୍ରତି କୋଭିଡର ଦ୍ଵିତୀୟ ଲହର ଜାରି ରହିଥିବା ବେଳେ ଓଡିଶା ସରକାରଙ୍କ ପକ୍ଷରୁ ଚାଲିଥିବା କୋଭିଡ ଲଢେଇ ପାଇଁ ପୁଣି ସହଯୋଗର ହାତ ବଢ଼ାଇଛି ଆଇସିଆଇସିଆଇ ବ୍ୟାଙ୍କ । କୋଭିଡ ପ୍ରଥମ ଲହର ବେଳେ ରାଜ୍ୟ ସରକାରଙ୍କୁ 1କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ଆଇସିଆଇସିଆଇ ବ୍ୟାଙ୍କ ଦ୍ଵିତୀୟ ଲହର ବେଳେ 3କୋଟି ଟଙ୍କାର ସହାୟତା ଓ କୋଭିଡ ମୁକାବିଲା ପାଇଁ ବିଭିନ୍ନ ଆବଶ୍ୟକ ଯନ୍ତ୍ରାଂଶ ପ୍ରଦାନ କରିଛି ।

ତିନି କୋଟି ଟଙ୍କାର ସହାୟତା ସହ ବିଭିନ୍ନ ହସ୍ପିଟାଲକୁ 100ଟି ମୋଟରାଇଜଡ଼ ଆଇସିୟୁ ବେଡ଼, 5 ଟି ହସ୍ପିଟାଲକୁ 15ଟି ଭେଣ୍ଟିଲେଟର, ଓଡିଶା ଔଷଧ ନିଗମ, ବିଏମସି ଓ ବିଭିନ୍ନ ଜିଲ୍ଲା ପ୍ରଶାସନକୁ ପ୍ରାୟ ଶହେ ଅକ୍ସୀଜେନ କଂସେନଟ୍ରେଟର ଓ 5 ଜିଲ୍ଳାରେ ରୋଗୀଙ୍କ ପାଇଁ ବାଇପାପ ଓ ଅନ୍ୟ ଯନ୍ତ୍ରାଂଶ ପ୍ରଦାନ କରିଛି । ଆଇସିଆଇସିଆଇ ବ୍ୟାଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଇସିଆଇସିଆଇ ଫାଉଣ୍ଡେସନ ଓ ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault