ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଆଭାସୀ ଯାତ୍ରାରେ ଏଥର ଡଙ୍ଗରିଆ କନ୍ଧ ଜନଜାତିଙ୍କ "ଶ୍ରମ ସମବାୟ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍ସିଏସ୍ଟିଆର୍ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ବନ୍ଦ ରହିଛିା ବିଭାଗ ପକ୍ଷରୁ ପ୍ରତି ରବିବାର ଦିନ ଭର୍ଚୁଆଲ ଟୁରର  ବ୍ୟବସ୍ଥା କରାଯାଇଛିା  ଦର୍ଶକମାନେ ଫେସବୁକ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଜୁନ୍ ୧୩ ତାରିଖ ଦିନ ଡଙ୍ଗରିଆ କନ୍ଧ ଜନଜାତିଙ୍କ ନିଜସ୍ୱ ଜ୍ଞାନକୌଶଳ "ଶ୍ରମ ସମବାୟ' ସଂପର୍କରେ ଜାଣିପାରିବେ ବୋଲି ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତିା

 ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲ୍ଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକରେ  ବସବାସ କରିଥା'ନ୍ତିା ସେମାନଙ୍କର ମୁଖ୍ୟ ପେଶା ହେଉଛି ସିଫଟିଙ୍ଗ କଲ୍ଟିଭେସନ୍, ଖାଦ୍ୟ ପ୍ରକ୍ରିୟାକରଣ, ସପୁରୀ ଚାଷ, ଏମ୍ବ୍ରଡରୀ, ପଥର ଖୋଦେଇ, ପାନିଆ ତିଆରି କରିବା ଇତ୍ୟାଦିା ଧରଣୀପେନୁ ଡଙ୍ଗରିଆମାନଙ୍କର ପରମ ଦେବତାା ପ୍ରତି ଗ୍ରାମ ରାସ୍ତାରେ ଏକ କୁଡ଼ିଆ "କୁଡ଼ି' ମଧ୍ୟରେ ତିନୋଟି ପଥର ପୂଜା ପାଇଥାନ୍ତିା କୋଟେ ବାଲି ପେନୁ ଏକ ଲମ୍ବା ପଥର, ଯାହାକୁ ଡଙ୍ଗରିଆମାନେ ପୂଜା କରିଥା'ନ୍ତିା ଡଙ୍ଗରିଆ ଜନଜାତିଙ୍କର ମୁଖ୍ୟ ଉତ୍ସବ ହେଉଛି ଘଣ୍ଟ ପରବ, ସାଳଙ୍ଗୀ, ମାଣ୍ଡିଆ ରାଣୀ, ଧାନ ନୂଆଖିଆ ଇତ୍ୟାଦିା

ସାମାଜିକ ସମାନତା ଡଙ୍ଗରିଆ କନ୍ଧ ସମାଜର ବିଶେଷତା ଅଟୋ ଜନ୍ମରୁ ସେମାନେ ପାହାଡ଼ ଉପରେ ଶ୍ରମ କରି କୃଷି କରିଥା'ନ୍ତିା ସେମାନଙ୍କର ଶ୍ରମ ସମବାୟ ଜ୍ଞାତି-ସଂପର୍କକୁ ଉତ୍ସାହିତ କରିଥାଏା ଆଉ ମଧ୍ୟ ପରିବାରର ଆର୍ଥିକ ଚାପ ହ୍ରାସ କରିଥାଏା ଏହି ସମବାୟ ଜନଜାତି ସଂପ୍ରଦାୟର ସଦସ୍ୟମାନଙ୍କୁ ମର୍ଯ୍ୟାଦା ଦେଇଥାଏା

ସମବାୟ ମାଧ୍ୟମରେ ପ୍ରାପ୍ତବୟସ୍କ ଝିଅ ଓ ପୁଅମାନେ, ମହିଳା ଓ ବୃଦ୍ଧମାନେ ଗ୍ରାମର ଜମି କିମ୍ବା ବଗିଚାରେ ସମାନ ଭାବରେ ଶ୍ରମ ପ୍ରଦାନ କରିଥା'ନ୍ତିା ଏହି ଚଳଚ୍ଚିତ୍ରରେ ଡଙ୍ଗରିଆ କନ୍ଧମାନଙ୍କର ବିଭିନ୍ନ ପ୍ରକାରର ଶ୍ରମ ସମବାୟ ଉପରେ ଦର୍ଶକମାନେ ଜାଣିପାରିବୋ ଶ୍ରମ ସମବାୟର ଗଠନ ପ୍ରଣାଳୀ, ସଂଗଠନ ଓ କାର୍ଯ୍ୟଧାରା ଉପରେ ଦର୍ଶକମାନେ ମଧ୍ୟ ଦେଖିପାରିବୋ ସମୟ ଅନୁଯାୟୀ ଏହି ସମବାୟଗୁଡ଼ିକର କ୍ରମବିକାଶ ଓ ପରିବର୍ତ୍ତନ ସଂପର୍କରେ ବର୍ଣ୍ଣନା କରାଯାଇଛିା

0
0
0
s2sdefault