ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଗଜପତି ଜିଲ୍ଲା ବିଜେପି ତରଫରୁ ସ୍ମାରକପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରି ବିଜେପି ତରଫରୁ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଡେ଼ପୁଟି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

 ଜିଲ୍ଲାର ସଦର ମହକୁମା ସହ ବିଭିନ୍ନ ବ୍ଳକରେ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣ ଅସୁବିଧା ହେବାସହ ଅସନ୍ତୋଷ ପ୍ରକାଶ ପାଉଛି । ବର୍ତ୍ତମାନ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଦ୍ୟୁତ ବିଭାଗ ବିନା ସୂଚନା ଦେଇ ବାରମ୍ବାର ବିଦ୍ୟୁତ କାଟିବା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 ବିଭାଗର ଏହିଭଳି କାର୍ଯ୍ୟକୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ ରହିଛି । ନଚେତ ଜିଲ୍ଲା ବିଜେପି ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

 ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବିଜେପି ଉପ ସଭାପତି ଜଗନ୍ନାଥ ମହାପାତ୍ର , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ , ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଜେନା , ଯୁବ ମୋର୍ଚ୍ଚାର କାର୍ଯ୍ୟ କାରିଣୀ ସଦସ୍ୟ ପି. କ୍ରାନ୍ତି , ଗଜପତି ଜିଲ୍ଲା ବିଜେପି ସମ୍ପାଦିକା କେ. ପୂଣ୍ୟବତୀ , କେ. ଯୁବରାଜ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault