ହେଡଲାଇନସ୍:

ଡ୍ରଗ୍ସ କାରବାର ବିରୋଧରେ ଅଧିକ କଠୋର ଓ ସୁଦୃଢ ହେବ ଏସ୍ଟିଏଫ୍ : ଡିଜିପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Odisha DGP Sri Abhay gets two years extension

ଭୁବନେଶ୍ୱର (ଶାସକ ପ୍ରଶାସକ) : ଡ୍ରଗ୍ସ କାରବାର ବିରୋଧରେ ଓଡ଼ିଶା ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଡ୍ରଗ୍ସ କାରବାର ଦମନ କରିବାରେ ସ୍ପେଶାଲ ଟାସ୍କଫୋର୍ସ(ଏସ୍ଟିଏଫ୍) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ  ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ମିଳନୀରେ ଡିଜିପି କହିଥିଲେ ଯେ, ଖୁବଶୀଘ୍ର ଏସ୍ଟିଏଫକୁ  ଆହୁରି ସୁଦୃଢ ଏବଂ ଶକ୍ତିଶାଳୀ କରାଯିବ । ଏଥି ନିମନ୍ତେ ଓଡ଼ିଶା ପୋଲିସ  ତରଫରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ସେହି ଅନୁଯାୟୀ,  ଏସ୍ଟିଏଫକୁ ସୁଦୃଢ କରିବାକୁ ରାଜ୍ୟ ସରକାର ଗୋଟିଏ ଏସପି  ଓ ୩ଟି ଡ଼ିଏସପି ରୟାଙ୍କର  ପଦବୀ ସହ୨୭ଟି ନୂଆ ପଦବୀମଞ୍ଜୁରକରିଛନ୍ତି ।ଏହାବ୍ୟତୀତ ଏକ ସ୍ୱତନ୍ତ୍ର ନାର୍କୋଟିକ୍ ୟୁନିଟ ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।ଆଗାମୀ ଦିନରେ ଡ୍ରଗ୍ସ କାରବାରକୁ ରୋକିବାକୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଥିଲେ । ଏସ୍ଟିଏଫକୁ ନୂତନ ପଦବୀ ସୃଷ୍ଟି, ସ୍ୱତନ୍ତ୍ର ଡ୍ରଗ୍ସ ୟୁନିଟ୍ ସ୍ଥାପନ  ଏବଂ ଏସ୍ଟିଏଫକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାରଙ୍କୁ ଡିଜିପି ଅଭୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଡ୍ରଗ୍ସକାରବାର ତଥା ଅନ୍ୟାନ୍ୟ ଅପରାଧକୁ ଦମନ କରିବାରେ ଏସ୍ଟିଏଫ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟସରକାର ତଥା ରାଜ୍ୟବାସୀଙ୍କୁ ଡିଜିପି ଆଶ୍ୱାସନା ଦେଇଛନ୍ତି  ।

 

 

0
0
0
s2sdefault