ହେଡଲାଇନସ୍:

ଯେତେବେଳେ କରୋନା ସଂକ୍ରମିତଙ୍କ ପାଖରେ ନିଜ ଲୋକ ନଥାନ୍ତି, ସେତେବେଳେ ନିଜର ହୋଇଥାନ୍ତି ସମ୍ କୋଭିଡ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ଟିମ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ । ଏହି ଅଦୃଶ୍ୟ ଶତ୍ରୁ  ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର  ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ ଭାଙ୍ଗିପଡ଼ିଥାଏ । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ବର୍ଗ ବିବ୍ରତ ହୋଇପଡ଼ନ୍ତି । ତେବେ ସଂକ୍ରମିତ ବ୍ୟକ୍ତିଙ୍କର ପରିବାର ଲୋକେ ରାଜ୍ୟ ବାହାରେ ଥାଆନ୍ତୁ ଅଥବା ଦେଶ ବାହାରେ ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ଖୁବ ସୁଚାରୁରୂପେ ତୁଲାଇଥାନ୍ତି ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାର । ଖାଲି ସେତିକି ନୁହେଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ  ନିରନ୍ତର ସଂପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ସହ ଭିଡିଓ କଲ୍ ଦ୍ୱାରା ପରିବାର ସହ ଯୋଡିଥାନ୍ତି । 

ଗତ ଏପ୍ରିଲ  ମାସ ୨୬ ତାରିଖରେ କରୋନା ସଂକ୍ରମିତ ହୋଇ ମେ ୫ ତାରିଖରେ ସମ୍ କୋଭିଡ ହସ୍ପିଟାଲରେ  ଭର୍ତି ହୋଇଥିଲେ ଶ୍ରୀ ପ୍ରଦୀପ କୁମାର ମାଧୁପ୍  । ରେଳ ବିଭାଗ ଅଧିନସ୍ଥ ରାଇଟ୍ସ ର ଏହି ବରିଷ୍ଠ  ଅଧିକାରୀ ଶ୍ରୀ ମାଧୁପ୍ ଝାରସୁଗୁଡାରେ କାର୍ଯ୍ୟରତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡି ବାରୁ ତାଙ୍କୁ ପ୍ରଥମେ ଏମ୍ସିଏଲ୍ ହସ୍ପିଟାଲ୍ ଏବଂ ପରେ ସମ୍ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ  ଭର୍ତି ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପାଖରେ ତାଙ୍କର ପରିବାର ନଥିଲେ । କାରଣ ତାଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲେ । ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ସମ୍ କୋଭିଡ ହସ୍ପିଟାଲ୍ ସହ ଯୋଗାଯୋଗ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ହେଲ୍ପ୍ ଡେସ୍କ ଟିମ୍ ସମସ୍ତ ତଥ୍ୟ ନିୟମିତ ଭାବେ ପ୍ରଦାନ କରୁଥିଲେ ଏବଂ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ।

ଦୀର୍ଘ ୧୨ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ପଲ୍ମୁନାରୀ ବିଭାଗର ସିନିୟର କନ୍ସଲ୍ଟାଂଟ୍ ଓ କି୍ରଟିକାଲ କେୟାର ୟୁନିଟର  ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା । ଉତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୋମବାର ସମ୍ ଅଲ୍ଟିମେଟରୁ ଡିସ୍ଚାର୍ଜ ହୋଇ ନିଜ ଘର ବିହାରର ପାଟନାକୁ ଫେରିଯାଇଛନ୍ତି । 

ହସ୍ପିଟାଲରୁ  ଡିସ୍ଚାର୍ଜ ହେବା ସମୟରେ ଶ୍ରୀ ମଧୁପ୍ ଭାବବିହ୍ୱଳ ହୋଇପଡିଥିଲେ । ସେ କହିଛନ୍ତି ମୁଁ ସମ୍ କୋଭିଡ୍ ହସ୍ପିଟାଲ୍କୁ ଆସିବା ବେଳେ ମୋ ପାଖରେ କେହି ନଥିଲେ  । ମୋ ପରିବାର ମୋ ଠାରୁ ବହୁ ଦୂରରେ ଥିଲେ । କିନ୍ତୁ  ଦୁଇଟି ହସ୍ପିଟାଲ୍ର, ସମ୍ କୋଭିଡ ଓ ସମ୍ ଅଲ୍ଟିମେଟ ମେଡିକେୟାରର  ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସେବା, ଯତ୍ନ, ସାହାଯ୍ୟ ଓ ସହଯୋଗ ଫଳରେ ମୁଁ ନୂଆ ଜୀବନ ପାଇ ଆଜି ଘରକୁ ଫେରିପାରୁଛି । ସେହିପରି ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ଶ୍ରୀ କୁମାର ଆନନ୍ଦ ମଧ୍ୟ ଏ ନେଇ ଆନ୍ତରିକ କୃତଜ୍ଞତା ଜଣାଇବା ସହ ବିଶେଷ ଭାବେ ସମ୍ କୋଭିଡ ହସ୍ପିଟାଲର  ହେଲ୍ପ୍ ଡେସ୍କ ଟିମକୁ  ଧନ୍ୟବାଦ ଜଣାଇଛନ୍ତି । 

ସେହିପରି ଗତ ଏପ୍ରିଲ  ୨୭ ତାରିଖରେ ପ୍ରିୟମ୍ବଦା  ଦାସ (୫୯) ନାମକ ଜଣେ ମହିଳା କୋଭିଡ ସଂକ୍ରମିତ ହେବା ପରେ ପ୍ରଥମେ ସମ୍ କୋଭିଡ୍ ହସ୍ପିଟାଲ୍ ଏବଂ ପରବର୍ତୀ ସମୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲେ । ସେ ମଧ୍ୟ ଗତ ମେ ୫ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରିୟମ୍ବଦା ସଂକ୍ରମିତ ହେବା ପରେ ମେଲ୍ବୋର୍ଣ୍ଣରେ ଥିବା ତାଙ୍କ ପୁଅ ସମ୍ଭବ ଦାସ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତ ହୋଇପଡ଼ିଥିଲେ । ସୁଦୂର ଅଷ୍ଟ୍ରେଲିଆ  ରେ ଥିବା ପୁଅ  ମା ପାଖକୁ ଆସି ପାରୁନଥିବାରୁ ଦୁଃଖରେ ଥିବା ବେଳେ ମା ସୁସ୍ଥ ହୋଇ ଘରକୁ ଫେରିବା ପରେ ଦୁଇଟି ହସ୍ପିଟାଲ୍ର ସମସ୍ତ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault