ହେଡଲାଇନସ୍:

ପୁଣି ବୌଦ୍ଧ କଲେଜରେ ଖୋଲିଲା ଯୁକ୍ତଦୁଇ ବାଣିଜ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବୌଦ୍ଧ (ସିମୁନ୍ ନାଏକ) ; ସମଗ୍ର ବୌଦ୍ଧ ଜିଲ୍ଲା ରେ ବାଣିଜ୍ୟ ପାଢିବାକୁ ହେଲେ ବାହାର ଜିଲ୍ଲାକୁ ଜିବାକୁ ପଡୁଥିଲା । ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧଜୀବି ମହଲରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମ ଖୋଲିବା ନେଇ ବିିଭିନ୍ନ ସମୟରେ ଦାବୀ ହୋଇଆସୁଥିବା ବେଳେ ଶେଷରେ ଚଳିତ ବର୍ଷ ବାଣିଜ୍ୟ ପାଠ୍ୟକ୍ରମ ଖୋଲିଲା  । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ  ବୌଦ୍ଧ କଲେଜରେ ବାଣିଜ୍ୟ ଶିକ୍ଷାଦାନ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ଚିଠି ନଂ ୬୦୨୬ ତା ୨୭.୦୬.୨୦୧୮ ଅନୁଯାଇ ଚଳିତ ବର୍ଷ ଠାରୁ ଉକ୍ତ କଲେଜରେ ଯୁକ୍ତଦୁଇରେ ୧୨୮ ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ଶିକ୍ଷା ଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଛି । ପ୍ରାପ୍ତ ସୂଚନା ମତେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ୧୯୭୮ ରେ ପ୍ରତିଷ୍ଠିତ  ସମୟରେ ବାଣିଜ୍ୟ ବିଭାଗ ଖୋଲା ଯାଇଥିଲା । ବାଣିଜ୍ୟ ବିଭାଗରୁ ଅନେକ ମେଧାବୀ ଛାତ୍ର ଶିକ୍ଷା ଗ୍ରହଣ କରି ସଫଳତା ପାଇବା ସତ୍ୱେ ୨୦୦୫ ରେ ବାଣିଜ୍ୟ ବିଭାଗ କଲେଜରୁ ଉଠିଯାଇଥିଲା । ପରେ ଅନେକ ଗରିବ ଛାତ୍ରଛାତ୍ରୀ ବାଣିଜ୍ୟ ଶିକ୍ଷାରୁ ବଂଚିତ ହେବା ପରେ ଏଠାରେ ପୁନଃ ବାଣିଜ୍ୟ ବିଭାଗ ଖୋଲିବାକୁ ବିଭିନ୍ନ ସମୟରେ ଦାବୀ ହୋଇ ଆସୁଥିଲା । ହେଲେ  କଲେଜ କର୍ତ୍ତୃପକ୍ଷ  ବାଣିଜ୍ୟ ବିଭାଗ ଖୋଲିବାକୁ ଉଦ୍ୟମ କରିବା ଦ୍ୱାରା ଚଳିତ ବର୍ଷ ଠାରୁ ଏହି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ବାଣିଜ୍ୟ ପଢିବାରୁ ସୁଯୋଗ ପାଇବେ ବୋଲି ଜଣାପଡିଛି । ଏହି ପାଠ୍ୟକ୍ରମକୁ କଲେଜ କର୍ତୁପକ୍ଷ ନିସସ୍ୱ ଖର୍ଚ୍ଚରେ ଚଳାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିକଟରେ ସତ୍ୟପାଠ ଦାଖଲ କରିବା ପରେ ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । 

 

0
0
0
s2sdefault