ହେଡଲାଇନସ୍:

ସିଆରପିଏଫ ସି/୧୨୭ ବାଟାଲିୟନ ପକ୍ଷରୁ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଗୋଚ୍ଛାପଡା ଠାରେ କାର୍ଯ୍ୟରତ C/127 ଯବାନମାନେ ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି I କନ୍ଧମାଳ ଜିଲ୍ଲାର ଗୋଛାପଡା 127BN CRPFର କମାଣ୍ଡାଣ୍ଟ  ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ C/127 ବାଟାଲିୟନ  CRPFର କମ୍ପାନୀ କମାଣ୍ଡର ଧର୍ମେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଯବାନଙ୍କ ଦ୍ବାରା କନ୍ଧମାଳ ଜିଲ୍ଲା ଅଧିନସ୍ଥ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅଞ୍ଚଳର କିଛି ଗ୍ରାମ ତଥା ମୁଣ୍ଡାପଦର, ହାଟପଦା, ଗୋଛାପଡ଼ା ଠାରେ ସିବିକଆସ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଗରିବ ପରିବାରର ଲୋକମାନଙ୍କୁ ଅତି ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା I ସେହି ପରି ଭାବରେ  କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାରଖମା ଫାଣ୍ଡିରେ ରହୁଥିବା127 ବାଟାଲିୟନ ଦ୍ୱାରା ମାସମାସ ଧରି କରନା ପ୍ରଭାଵରେ ପ୍ରଭାବିତ ହୋଇ ଥିବା ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି I ଏଭଳି ପରିସ୍ଥିତିରେ ଗରିବ, ଅଶାହାୟମାନଙ୍କୁ ସହାୟତାର ହାତ ବଡାଇଛନ୍ତି 127 ବାଟାଲିୟନ I CRPF ଯବାନମାନେ ନିଜେ ଚାନ୍ଦା କରି ବାରଖମା ପଞ୍ଚାୟତର ଏଗାରପଦର ଓ ଦିଗିପଡି ଅଞ୍ଚଳବାସୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି I ଯବାନ ମାନଙ୍କର ଏହିଭଳି ମହତ କାର୍ଯ୍ୟକୁ ଭିବିନ୍ନ ମହଲରେ ପ୍ରଶଂସା କରାଯାଇଛି I ଏହି ଦୁଇ ଗ୍ରାମର ଗ୍ରାମ ବାସୀମାନେ 127 ବାଟାଲିୟନକୁ ଓ ଯବାନ ମାନକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି I

0
0
0
s2sdefault