ହେଡଲାଇନସ୍:

କାମ୍ଫମାଲିଗାଁ ଗ୍ରାମର ଅସହାୟ ଗରିବ ଲୋକଙ୍କୁ ରନ୍ଧା ଏବଂ ଶୁଖି‌ଲା ଖାଦ୍ୟ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ା(ସରୋଜ କୁମାର ସାହୁ) :  କରୋନା ମହାମାରି କଟକଣା ଯୋଗୁଁ ଖାଦ୍ୟ ସମୟରେ ପୀଡିତ ଥିବା ପରିବାର ,ରାସ୍ତା କଡ଼ରେ ଥିବା ମାନସିକ ରୋଗି ଓ ନିରୀହ ଜୀବ ଜନ୍ତୁଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯାଇଥିଲା ।ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ଯୋଗେଶ୍ୱର ଦାସ ଏବଂ  କାମ୍ଫମାଲିଗାଁ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତି ସମାଜ ସେବୀ , ଗରିବ ନିରୀହଙ୍କ ସାଥି ସେଟି ଗାଙ୍ଗାରାଜୁ ନାୟଡୁଙ୍କ ନେତୃତ୍ୱରେ ମାଲିଗାଁ ପଞ୍ଚାୟତ ର ଗରିବ ନିରୀହ ବେସାହାରା ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯିବା ସହ ସରକାରଙ୍କ କରୋନା ନିୟମ ମାନିବା,ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ର ପ୍ରାୟ ୧୫୦ ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧାଖାଦ୍ୟ ଏବଂ ଶୁଖି‌ଲା ଖାଦ୍ୟ ବଣ୍ଟନ କରାଯାଇଛି । ଉକ୍ତ କୟକ୍ରମରେ କାମ୍ଫମାଲିଗାଁ ର‌ ଭହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା କିଲାନା ସାତିଶ, ମାହେଶ ଶିଦୁଲା, ଆଲମାଣ୍ଡା ରାମବାବୁ , ନୂତନ ଓଡ଼ିଶା ର କଲୋନରା ବ୍ଲକ ପ୍ରତିନିଧି ବନ୍ଧୁ ସନ୍ତୋଷ ପଟ୍ଟନାୟକ ଯୋଗ ଦେଇଥିଲେ । ଉକ୍ତ କୟକ୍ରମକୁ ଭାରତୀୟ ମଜଦୁର ସଂଘର ଜିଲ୍ଲା  ସମ୍ପାଦକ ଖଗେଶ୍ବର ସିଂହ , ରାୟଗଡ଼ା ବ୍ଳକ ସମ୍ପାଦକ ପ୍ରଭାକର ରାତନାଲୁ, ଉପ ସଭାପତି ମୋହନରାଓ ମାଝି ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault