ହେଡଲାଇନସ୍:

ବହୁ ପ୍ରତୀକ୍ଷିତ ଜେଏମଏଫ୍ସି କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାଇକମାଲ/ଗୌରାଙ୍ଗ ଦାଶ - ପାଇକମାଲର ଭୌଗୋଳିକ ପରିସ୍ଥିତି ଓ ଜନସଂଖ୍ୟା ର ଆବଶ୍ୟକତା କୁ ଦେଖିଲେ ଏହା ସ୍ପଷ୍ଟ ଯେ ଏହି ଅଂଚଳରେ ଏକ ଜେଏମଏଫ୍ସି  କୋର୍ଟ ଏକ ସିଏଚସି  ହସ୍ପିଟାଲ ଏକ ପାୱାର ଗ୍ରୀଡ଼ ଏକାନ୍ତ ଭାବରେ ଆବଶ୍ୟକ। ପାଇକମାଲ ସିଟିଜେନ ଫୋରମ ଓ ଅନ୍ୟାନ୍ୟ ବହୁତ ସଂଗଠନ ଏ ନେଇ ବାରମ୍ବାର ବିଭିନ୍ନ ସମୟରେ ବିଭିନ୍ନ ମହଲରେ ଦାବି ରଖି ଅସୁଛନ୍ତି। ଏହି ସବୁ ଦାବି ପୂରଣ ହେଉନଥିବାରୁ ଗତ ବର୍ଷ ପାଇକମାଲ ସିଟିଜେନ ଫୋରମ ର ନେତୃତ୍ୱରେ ବିରାଟ ଜନ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଥିଲା। ସରକାରଙ୍କ ଙ୍କର ଠାରୁ ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଏହି କ୍ରମରେ ଆଜି ଜେଏମଏଫ୍ସି  କୋର୍ଟ ପାଇଁ ସ୍ଥାନୀୟ ତହସିଲଦାର ଶ୍ରୀ ପୂର୍ଣାନନ୍ଦ ପଟେଲ ଓ ବିଚାର ବିଭାଗୀୟ ଅଧିକାରୀ ମାନେ ପାଇକମାଲ ନବୋଦୟ ବିଦ୍ୟାଳୟ ନିକଟ ରେ ଏକ 3 ଏକଡ଼ ବିଶିଷ୍ଟ ସ୍ଥାନ ନିରୂପଣ କରିଥିବା ଜଣାପଡ଼ିଛି। ସରକାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଓ ପାଇକମାଲ ସିଟିଜେନ ଫୋରମ ତରଫରୁ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ଖୁବ ଶୀଘ୍ର ପ୍ରସ୍ତାବିତ କୋର୍ଟ ନିର୍ମାଣ କୁ ଶୀଘ୍ର ଆରମ୍ଭ କରାଯିବା ର ସମ୍ଭାବନା ରହିଥିବାର ଅନୁମାନ କରାଯାଉଛି।  ଜାହାଭି ହେଉ ବହୁ ପ୍ରତୀକ୍ଷିତ ଦାବି ଉପରେ ପ୍ରଥମ ପର୍ଯ୍ୟାୟର କାର୍ଯ ଆରମ୍ଭ ହୋଇଥିବାରୁ ଅଂଚଳ ର ବିଭିନ୍ନ ମହଲ ରେ ଆନନ୍ଦ ପ୍ରକାଶ ପାଇଛି।

0
0
0
s2sdefault