ବ୍ୟବସାୟୀକ ପେଣ୍ଠସ୍ଥଳୀ ତିଲେଶ୍ୱରରେ ଗୋଟିଏ ହେଲେବି ଏଟିଏମ୍ ନାହିଁ,ଲୋକ ହନ୍ତସନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତିଲେଶ୍ୱର ହେଉଛି ଏକ ଜନଗହଳିପୂର୍ଣ ବ୍ୟବସାୟୀକ ପେଣ୍ଠସ୍ଥଳୀ । ହେଲେ ଏଠାରେ କୌଣସି ଏଟିଏମ୍ ନଥିବାରୁ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁପଡୁଛି । ତିଲେଶ୍ୱର ରେ ରବିବାର ଦିନ ଏକ ସାପ୍ତାହିକ ହାଟ ବସେ । ଏହି ହାଟକୁ ଜିଲ୍ଲା ତଥା ଜିଲ୍ଲା ବାହାରର ବ୍ୟବସାୟୀ ବିଭିନ୍ନ ପ୍ରକାର ସାମଗ୍ରୀର କିଣାବିକା ପାଇଁ ଆସିଥାନ୍ତି । ସେହିପରି ଏଠାରେ ବସୁଥିବା ଡେଲିମାର୍କେଟ କୁ ପ୍ରତ୍ୟେକ ଦିନ ଆଖପାଖ ୪ ଟି ପଂଚାୟତରୁ ବହୁ ଲୋକେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଆସିଥାନ୍ତି । ଏଠାରେ ଗୋଟିଏ ହେଲେବି ଏଟିଏମ୍ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ଅଂଚଳବାସୀଙ୍କୁ । ଏହି ଅଂଚଳର ଲୋକେ ଟଙ୍କା ଉଠାଇବା ପାଇଁ ପୁରୁଣାକଟକ କୁ ଯାଇଥାନ୍ତି । ମାତ୍ର ପୁରୁଣାକଟକ ରେ ଥିବା ଦୁଇଟି ଏସବିଆଇ ଏଟିଏମ୍ ରେ ଅନେକ ସମୟରେ ଏଟିଏମ୍ ରେ ଟଙ୍କା ନଥିବା ଓ ଯାନ୍ତ୍ରିକ ତୃଟି ଯୋଗୁଁ ଲୋକଙ୍କୁ ନିରାଶ ହେବାକୁ ପଡେ । ତେଣୁ ତିଲେଶ୍ୱରରେ ଏକ ଏଟିଏମ୍ ସ୍ଥାପନ କରିବାକୁ ଦାବୀ ହେଉଛି । ତିଲେଶ୍ୱରରେ ଗ୍ରାମପଂଚୟତ କାର୍ଯ୍ୟଳୟ ସହ ଚାଷିମାନଙ୍କ ନିମନ୍ତେ ସମବାୟ ସମିତିି ଲିଃ ରହିଛି । ତେଣୁ ଏହି ଅଂଚଳରେ ଏଟିଏମ୍ ଖୋଲିବା ପାଇଁ ଦୁଃଖିଶ୍ୟାମ ପ୍ରଧାନ୍ , ଅର୍ଜୁନ ପ୍ରଧାନ, କେଦାରନାଥ ମିଶ୍ର, ଲଡୁକିଶୋର ଯୋଷୀ, ମହେଶ୍ୱର ମହାପାତ୍ର, ଅନ୍ତର୍ଯ୍ୟମୀ ମିଶ୍ର, ସୁଜ୍ଞାନ କର୍ଣ, ଶ୍ରୀକାନ୍ତ ମହାପାତ୍ର, ସନ୍ତୋଷ ପାଢୀ ପ୍ରମୁଖ ବ୍ୟକ୍ତି ଦାବୀ କରିଛନ୍ତି । 

 

0
0
0
s2sdefault