ହେଡଲାଇନସ୍:

ଜୁଲାଇ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ  କ୍ରମେ ମୟୂରଭଞ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ୨୦୧୮ ଜୁଲାଇ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ୦୨.୦୭.୨୦୧୮ ମାସର ପ୍ରଥମ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଆୟୋଜିତ ହେବାକୁ ଯାଉଅଛି । ସେହିପରି ୦୯/୦୭/୨୦୧୮ ମାସର ଦ୍ୱିତୀୟ ସୋମବାର ପାଞ୍ଚପୀଢ଼(କରଞ୍ଜିଆ) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ୧୬/୦୭/୨୦୧୮ ମାସର ତୃତୀୟ ସୋମବାର କପ୍ତିପଦା(ଉଦଳା) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ , ୨୩/୦୭/୨୦୧୮ ମାସର ଚତୃର୍ଥ ସୋମବାର ବାମନଘାଟୀ(ରାଇରଙ୍ଗପୁର) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ  ଓ ୩୦/୦୭/୨୦୧୮ ମାସର ଶେଷ ଏବଂ ପଞ୍ଚମ ସୋମବାର ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ  ହେବ । ଜୁଲାଇ ମାସ ପାଇଁ ଅନୁଷ୍ଠିତ  ହେବାକୁ ଥିବା ଏହି ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସଦର ମହକୁମା ବାରିପଦାଠାରେ  ରାଜ୍ୟ ସରକାରଙ୍କ ଅଧୀନରେ ରହିଥିବା ସମସ୍ତ ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟାଳୟର ପଦାଧିକାରୀମାନଙ୍କୁ ଉପସ୍ଥିତ ରହିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉପଖଣ୍ଡସ୍ତରର ଶିବିରରେ ସମ୍ପୃକ୍ତ ଉପଖଣ୍ଡର ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ସିଡ଼ିପିଓ ପ୍ରମୁଖଙ୍କ ସହିତ ବିଭିନ୍ନ ବିଭାଗୀୟ ପଦାଧିକାରୀମାନଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଛି । ଉପରୋକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନମାନଙ୍କରେ ଅନୁଷ୍ଠିତ  ହେବାକୁ ଯାଉଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ସମ୍ପୃକ୍ତ ଅଂଚଳର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଅଥବା ସାମୂହିକ ସମସ୍ୟା ସମ୍ପର୍କିତ ଆପତ୍ତି ଅଭିଯୋଗର ଲିଖିତ ବା ମୌଖିକ ଭାବରେ ଉପସ୍ଥିତ ରହି ଜଣାଇପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

 

0
0
0
s2sdefault