ଶ୍ରୀରାଧାର କଲ୍ପକାର କବି  ରମାକାନ୍ତ ରଥ ପାଇବେ "ଅତିବଡ଼ୀ ଜଗନ୍ନାଥ ଦାସ' ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀରାଧାର କଲ୍ପକାର କବି  ରମାକାନ୍ତ ରଥ ପାଇବେ

୧୫ ଜଣ ସାହିତ୍ୟିକ ସାହିତ୍ୟ ଏକାଡେମୀ ପକ୍ଷରୁ ହେବେ ସମ୍ବର୍ଦ୍ଧିତ

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉଲ୍ଲେଖନୀୟ ସାରସ୍ୱତ ଅବଦାନ ପାଇଁ ପ୍ରଦାନ କରାଯାଉଥିବା  ସର୍ବୋଚ୍ଚ ସାରସ୍ୱତ ସମ୍ମାନ "ଅତିବଡ଼ୀ ଜଗନ୍ନାଥ ଦାସ' ପୁରସ୍କାର ପାଇବେ ବିଶିଷ୍ଟ କବି ରମାକାନ୍ତ ରଥ | ୨୦୧୮ ମସିହା ପାଇଁ ଏହି ସମ୍ମାନ ପାଇବାକୁ କବି ଶ୍ରୀ ରଥଙ୍କୁ ମନୋନୀତ କରାଯାଇଛି | ଏହା ବ୍ୟତୀତ ରାଜ୍ୟର ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟସାଧକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛିା ସେମାନେ ହେଲେ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, ଶ୍ରୀକୁମାର ଚକ୍ରବର୍ତ୍ତୀ, ସୀତାରାମ ବିର୍ତ୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ସଙ୍କର୍ଷଣ ମଙ୍ଗରାଜ, ଲକ୍ଷ୍ମୀଧର ନାୟକ ଆଦିସ୍ୟ, ଦୁର୍ଯ୍ୟୋଧନ  ଦାସ, କୁଞ୍ଜବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ସରୋଜିନୀ ଷଡ଼ଙ୍ଗୀ, ଗିରି ଦଣ୍ଡସେନା ଓ ବ୍ରଜମୋହନ ମିଶ୍ର |

ଆଜି ପୂର୍ବାହ୍ନରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଭାପତି  ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଉପରୋକ୍ତ ମର୍ମରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା ଏକାଡେ଼ମୀ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ ସମେତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ |  "ଅତିବଡ଼ୀ ଜଗନ୍ନାଥ ଦାସ' ପୁରସ୍କାର ପାଇବା ନିମନ୍ତେ ମନୋନୀତ କବି ରମାକାନ୍ତ ରଥ(ଜନ୍ମ-୧୯୩୪) ଓଡ଼ିଆ କବିତା କ୍ଷେତ୍ରରେ ଏକ ସ୍ମରଣୀୟ ବ୍ୟକ୍ତିତ୍ୱା ଭାରତୀୟ ସାହିତ୍ୟରେ ଶ୍ରୀ ରଥ ଅତ୍ୟନ୍ତ ଜଣାଶୁଣାା ଓଡ଼ିଆ କବିତାରେ ଆଧୁନିକ ଶୈଳୀର ପ୍ରୟୋଗରେ ସେ ଅନ୍ୟତମ ପ୍ରବର୍ତ୍ତକା ତାଙ୍କ ରଚିତ "କେତେ ଦିନର', "ସଚିତ୍ର ଅନ୍ଧାର', "ଅନେକ କୋଠରୀ', "ସପ୍ତମ ଋତୁ', "ସନ୍ଦିଗ୍ଧ ମୃଗୟା', "ଫେରି ଚାହିଁଲେ', "ଶ୍ରୀରାଧା' ଇତ୍ୟାଦି କବିତ ଗ୍ରନ୍ଥ ଅତ୍ୟନ୍ତ ଚର୍ଚ୍ଚିତା ସେ ମଧ୍ୟ କବୀରଙ୍କ କବିତା ଅନୁବାଦ କରିଛନ୍ତିା ଓଡ଼ିଶା ସାହିତ୍ୟ ଏକାଡେ଼ମୀ, କେନ୍ଦ୍ର ସାହିତ୍ୟ ଏକାଡେ଼ମୀ, କବୀର ସମ୍ମାନ ଓ ସରସ୍ୱତୀ ସମ୍ମାନ ବିଜେତା କବି ରମାକାନ୍ତ କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲୋ ପଦ୍ମଭୂଷଣ ଉପାଧି ବିମଣ୍ଡିତ କବି ରମାକାନ୍ତ ଏଯାବତ୍ କବିତା ରଚନା ଅବ୍ୟାହତ ରଖିଛନ୍ତି | 

 

 

 

 

 

0
0
0
s2sdefault