ହେଡଲାଇନସ୍:

ବ୍ୟାସନଗର ପୌର ପରିଷଦରେ ବର୍ଷା ଦିନରେ ଡ୍ରେନ୍ ନିର୍ମାଣ:ବର୍ଷା ଜଳ ନିଷ୍କାସନରେ ବାଧା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର ରୋଡ(ବିଶ୍ୱଜିତ ମାଝୀ): ବ୍ୟାସନଗର ପୌର ପରିଷଦରେ ଡ୍ରେନ୍ ନିର୍ମାଣ ବର୍ଷା ଦିନେ ହେଉଥିବାରୁ ବର୍ଷାଜଳ ନିଷ୍କାସନ ହେବାରେ ବାଧା ଉପୁଜୁଛି । ବର୍ଷାଜଳ ରାସ୍ତା ଉପରେ ଚାଲୁଛି । ନର୍ଦ୍ଧମା ପାଣି ବର୍ଷା ଜଳରେ ମିଶୁଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି । ଫଳରେ ଯାନାବାହାନ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ୧୩ ନଂ ୱାର୍ଡର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଷ୍ଟେସନ ବଜାର ପର୍ଯ୍ୟନ୍ତ ଡ୍ରେନ୍ କାର୍ଯ୍ୟ ଆରମ୍ଭ ହେଉଛି । ଡ୍ରେନ୍ କାର୍ଯ୍ୟ ନିମ୍ନ ମାନର ଓ କାର୍ଯ୍ୟାଦେଶ ପାଇ କାର୍ଯ୍ୟରେ ବିଳମ୍ବ ଘଟୂୁଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ସେହିପରି ଚୋରଦା ଛକ ଠାରୁ ଚୋରଦା ବାଇପାସ ପର୍ଯ୍ୟନ୍ତ ଡ୍ରେନ୍ କାର୍ଯ୍ୟ ସଂପୃକ୍ତ ଠିକାଦାର ସଂମ୍ପୂର୍ଣ୍ଣ କରିନପାରିବା ଦ୍ୱାରା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ଏଣୁ ସହରବାସୀଙ୍କ ମନରେ ଜଳ ନିସ୍କାସନ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଏଥି ନେଇ ଚୋରଦା, ଚୋରଦା ଦଳିତ ସାହି, କଂଟିଗଡିଆ, କହ୍ନେଇପୁର, ନହକା ପର୍ଯ୍ୟନ୍ତ ଡ୍ରେନ୍ ଜଳ ନିଷ୍କାସନ ନହୋଇ ଜମି ରହୁଛି । ଚୋରଦା ବାଇ ପାସରେ ଡ୍ରେନ୍ ପାଣି ନିସ୍କାସନ ନହୋଇପାରୁଥିବାରୁ ଯାନବାହାନ ଯିବାରୁ ଅସୁବିଧା ସୃଷ୍ଟି କରୁଛି । ଆଗାମୀ ଦିନରେ ପୌର ପରିଷଦକୁ ଘେରାଉ କରାଯିବ ବୋଲି ଆର୍ୟନ କ୍ଲବର ଯୁଗ୍ମ ସଂପାଦକ ତଥା ଯାଜପୁର ରୋଡ ଟ୍ରକ୍ ଆସୋସିଏସନର ଯୁଗ୍ନ ସଂପାଦକ ପବିତ୍ର ମହାନ୍ତି ଓ ଉପ-ସଭାପତି ପ୍ରଦ୍ୟୁମ୍ନ ବୋଇତାଇ ପୌର କର୍ତୃପକ୍ଷ ଓ ପୂର୍ତୃ ବିଭାଗ କର୍ତୃପକ୍ଷଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । 

 

0
0
0
s2sdefault