ହେଡଲାଇନସ୍:

ରାସ୍ତା ଉପରେ ଗାଡି, ବଢୁଛି ଦୁର୍ଘଟଣା : ପୋଲିସ ପ୍ରଶାସନ ନିରବ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଜନା ବିହୀନ ଯାଜପୁର ରୋଡ ସହର :  ସପିଂ ମଲ ଓ ବ୍ୟାଙ୍କ ନିକଟରେ ପାର୍କିଂର ବ୍ୟବସ୍ଥା ନାହିଁ 

ଯାଜପୁରରୋଡ(ଜୟଶଙ୍କର ଦାଶ). - ଯାଜପୁର ରୋଡ ସହରର ଅଭିବୃଦ୍ଧି ଘଟୁଛି । ସହରରେ ସପିଂ ମଲ, ବ୍ୟାଙ୍କ ମାନ ଖୋଲିବାରେ ବୃଦ୍ଧି ପାଉଛି । କଳିଙ୍ଗନଗର ଶିଳ୍ପାଂଚଳର ମୁଖ୍ୟ ସହର ଯାଜପୁର ରୋଡ ହୋଇଥିବାରୁ ବଡ ବଡ ବ୍ୟବସାୟୀ ମାନେ ସପିଂ ମଲ ଖୋଲୁଛନ୍ତି । ଏହା ଛଡା ବିଭିନ୍ନ ଜାତୀୟ କରଣ ଓ ବେସରକାରୀ ବ୍ୟାଙ୍କ ଓ ଅର୍ଥଲଗାଣ ସଂସ୍ଥାର କାର୍ଯ୍ୟାଳୟ ଗୁଡିକ ଦିନକୁ ଦିନ ବୃଦ୍ଧିପାଉଛି । କିନ୍ତୁ ବ୍ୟାଙ୍କ ଓ ସପିଂ ମଲ ସମ୍ମୁଖରେ ପାର୍କିଂର ସୁବିଧା ନଥିବାରୁ ଗ୍ରାହକ ମାନେ ବାଧ୍ୟ ହୋଇ ରାସ୍ତା ଉପରେ ଯାନବାହାନ ରଖୁଛନ୍ତି । ଫଳରେ ଯାଜପୁର ରୋଡ ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏପରିକି ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଏହା ବ୍ୟତିତ ପୌରପରିଷଦର ଯୋଜନା ବିହୀନ ଭାବେ ଡ୍ରେନ୍ ନିର୍ମାଣ କରାଯାଉଥିବାରୁ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି । ୧୯୬୨ ମସିହାରେ ଯାଜପୁର ରୋଡ ପୌରପରିଷଦର ମାନ୍ୟନା ପାଇଥିଲା । ପରେ ପୌରପରିଷଦରେ ପରିଣତ ହୋଇଥିଲା । ଯାଜପୁର ରୋଡ ସହର ନାମକୁ ପରିବର୍ତନ କରାଯାଇ ବ୍ୟାସନଗର ପୌରପରିଷଦ କରାଯାଇଛି । କିନ୍ତୁ ସରକାରୀ ଦପ୍ତର ଓ ବ୍ୟାଙ୍କ ଗୁଡିକ ଯାଜପୁର ରୋଡ ରହିଛି । ଯାଜପୁର ରୋଡ ରେଳ ଷ୍ଟେନସର ନାମ ଯାଜପୁର କେଉଁଝର ରୋଡ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଗୁଡିକ ଏହି ସହରରେ ଖୋଲିବାରେ ଲାଗିଛି । ପୂର୍ବରୁ ଏହି ସହର କଟକ  ପ୍ଲାନିଂ ଅଥରେଟି ଅଧୀନରେ ଥିଲା । କଳିଙ୍ଗନଗର ଶିଳ୍ପାଂଚଳ ପ୍ରତିଷ୍ଠା  ପରେ କଳିଙ୍ଗନଗର ଉନ୍ନୟନ ଅଥରେଟି ଭାବେ ପରିଣତ ହୋଇଛି । ବ୍ୟାସନଗର ପୌରପରିଷଦର ଗୃହ ନିର୍ମାଣ ଓ ନକ୍ସା ପ୍ରସ୍ତୁତି କରିବା ପାଇଁ କେ.ଏନ.ଡି.ଏ ଠାରୁ ଅନୁମତି ଆଣିବା ନିହାତି ଜରୁରି । କିନ୍ତୁ କେ.ଏନ.ଡି.ଏ କତୃପକ୍ଷ ଘଟଣା ସ୍ଥଳକୁ ନଆସି ମନଇଛା ପ୍ଲାନିଂ କରିଦେଉଛନ୍ତି । ଯାଜପୁର ରୋଡ ସହର ବ୍ୟତିତ କଳିଙ୍ଗନଗର ଶିଳ୍ପାଂଚଳର ଥିବା ଅନ୍ୟ ଗ୍ରାମ ଗୁଡିକରେ ମଧ୍ୟ ଗୃହ ନିର୍ମାଣ କରିବା ପାଇଁ  ଯୋଜନା କରାଯାଉନାହିଁ । 

0
0
0
s2sdefault