ହେଡଲାଇନସ୍:

ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଳକର କେ. ସୀତାପୁର ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲାପ୍ରଶାସନ । 

ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ଟିମ୍ ମେମ୍ବର ଖବର ପାଇ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକଲତା ପୂଜାରୀଙ୍କୁ ଜଣାଇଥିଲେ । ଶ୍ରୀମତୀ ପୂଜାରୀ ଖବରପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ । ଏହାପରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା । 

ଉକ୍ତ ଟିମ୍ ରେ ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଅଳକା ସାହୁ , ଆଇସିଡିଏସ୍ ( ICDS ) ସୁପରଭାଇଜର ଶ୍ରୀମତୀ ରୀନା କୁମାରୀ ବେହେରା , କାଶୀନଗର ଥାନାର ଏସ୍.ଆଇ ଶ୍ରୀଯୁକ୍ତ ରତ୍ନନିଧି ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପରିବେକ୍ଷଣ ଅଧିକାରୀ ଜୟପ୍ରକାଶ ବଡ଼ତ୍ୟା , "ସଖ" ୱାନ ଷ୍ଟପ ସେଣ୍ଟରର ପରିଚାଳିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ ସଭ୍ୟ ମଧୁସ୍ମିତା ସାହୁ , ଏକସନ୍ ଏଡ୍‌ର ସଂଯୋଜକ ଆଲୋକ ପାଢ଼ୀ ଏବଂ ଚାଇଲଡ଼ ଲାଇନର ସଂଯୋଜକ ସୁଶ୍ରୀ ଏ.ମିନାକ୍ଷୀ ପ୍ରଭୃତି ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ । 

ଏହା ପରେ ବିବାହ ହେବାକୁ ଥିବା ଝିଅ ମାନଙ୍କର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯାଇ ସେମାନଙ୍କର ପିତା ଓ ମାତାଙ୍କୁ ବାଲ୍ୟ ବିବାହର କୁ-ପ୍ରଭାବ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । 

ଏହା ପରେ ସେମାନଙ୍କର ପିତା ଝିଅମାନଙ୍କୁ ୧୮ ବର୍ଷ ପୂରଣ ନ ହେବା ଯାଏ ବିବାହ ଦେବୁ ନାହିଁ ବୋଲି ଲିଖିତ ଆକାରରେ ଦେଇଥିଲେ ଯଦି ଏଥିରେ ତ୍ରୁଟି କରିବୁ ତାହାଲେ ଆଇନ ଅନୁଯାଇ ଦଣ୍ଡ ପାଇବୁ  ।

 ଟାସ୍କଫୋର୍ସ ଦ୍ୱାରା ଝିଅମାନଙ୍କୁ ପରାମର୍ଶ ଦେବା ସହ ଉପସ୍ଥିତ ଶିଶୁ ମଙ୍ଗଳ ସମିତିର ସଦସ୍ୟାଙ୍କ ଆଗରେ ଝିଅ ମାନଙ୍କୁ ଉପସ୍ଥାପନ କରାଯାଇଥିଲା । 

 ଝିଅ ମାନଙ୍କୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ଦେବାସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

0
0
0
s2sdefault