ହେଡଲାଇନସ୍:

ଭଦ୍ରକ ସହରରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ଵାରା ଖାଦ୍ୟ ବଣ୍ଟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟଭୂଷଣ ସ୍ବାମୀ):ଭଦ୍ରକ ମେଡିକାଲ ,ଷ୍ଟେସନ ଓ ସହରରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ଵାରା ଆଜିଠାରୁ ଏକମାସ ଧରି ଅସହାୟ ଓ ଗରିବଙ୍କ ପାଇଁ ନିଶୁଳ୍କ ଭୋଜନ ସେବାର ଶୁଭାରମ୍ଭ କରା ଯାଇଛି । ମୁଖ୍ୟତଃ ଭଦ୍ରକ ଡ଼ାକ୍ତରଖାନାରେ ରୋଗୀ ଓ ସେମାନଙ୍କ ପରିବାର ଏହି ତାଲା ବନ୍ଦ ସମୟରେ ବଜାର ବନ୍ଦ ପାଇଁ ଖାଦ୍ୟ ଖାଇବାରେ ବଞ୍ଚିତ ହେଉଥିଲେ ଏବଂ ଖାଇବା ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା । ଏହାକୁ ନେଇ ଭଦ୍ରକ ମିଡ଼ିଆ କ୍ଳବ ପକ୍ଷରୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ଏପରି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଆଜି ଏହି ଖାଦ୍ୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏକ ସାଙ୍ଗରେ ଚରମ୍ପା ଷ୍ଟେସନ , ବନ୍ତ ଛକ ଓ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ ଆଜି ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ସାମ୍ବାଦିକ ଭାଇମାନେ ମଧ୍ୟ ସହଯୋଗ କରିଥିଲେ । ଏହି ତାଲା ବନ୍ଦକୁ ଦୃଷ୍ଟିରେ ରଖି ଦୀର୍ଘ ଏକ ମାସ ଧରି ସକାଳେ ଓ ରାତ୍ରି ସମୟରେ ଏହି ଖାଦ୍ୟ ଵ୍ୟଵସ୍ଥା କରାଯାଇଥିବା ବିଧାୟକ କହିଛନ୍ତି। ଭଦ୍ରକ ମେଡ଼ିକାଲ ଭିତରେ ରୋଗୀ ମାନଙ୍କ ସମ୍ପର୍କୀୟ ଓ ଗରିବ ଲୋକମାନେ ଚିକିତ୍ସିତ ସମୟରେ ଏହାର ସୁବିଧା ପାଇ ପାରିବେ। ବିଧାୟକଙ୍କ ଏପରି କାର୍ଯ୍ୟକୁ ଭଦ୍ରକ ମିଡ଼ିଆ କ୍ଳବ ପକ୍ଷରୁ ସ୍ଵାଗତ କରାଯିବା ସହିତ କୃତଜ୍ଞତା ଜଣା ଯାଇଛି।

0
0
0
s2sdefault