ପ୍ଲାଜମା ମ୍ୟାନ ଭାବେ ବେଶ୍ ପରିଚିତ ରାୟଗଡାର ବି.ଭେଙ୍କେଟେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ଲାଜମା ଦାନ କରି ଲୋକଙ୍କ ଜୀବନ ବଂଚାଉଛନ୍ତି 

ରାୟଗଡା/ସରୋଜ କୁମାର ସାହୁ – କରୋନା ଚିକିତ୍ସା କ୍ଷେତ୍ରରେ ଏବେ ପ୍ଲାଜମା ଥେରାପିର ବହୁଳ ବ୍ୟବହାର ହେଉଛି । ଏପରି ଏକ ସଙ୍କଟ ସମୟରେ ଦେବଦୂତ ସାଜିଛନ୍ତି ଭେଙ୍କେଟେଶ । ନିଜେ ୩ ଥର ପ୍ଲାଜମା ଦାନ କରିବା ସହ କରୋନା ମହାମାରୀରୁ ସୁସ୍ଥ ହୋଉଥିବା ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରୁଛନ୍ତି । ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ଏବେ ସେ ପ୍ଲାଜମା ମ୍ୟାନ ଭାବେ ବେଶ୍ ପରିଚିତ ହେଉଛନ୍ତି । ପ୍ଲାଜମା ଦାନ କରୁଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଶୁଭେଛା ଦିଆଯାଇଛି । 

ବି.ଭେଙ୍କେଟେଶ ରାୟଗଡାର ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟରେ ପ୍ରଶିକ୍ଷଣ ଓ ନିଯୁକ୍ତି ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି  । ୨୦୨୦ ମସିହା ନଭେମ୍ଭର ୧୬ ତାରିଖ ଦିନ ଭେଙ୍କେଟେଶ୍ କରୋନା ଆକ୍ରାନ୍ତ ହୋଇଥିଲେ । ଜେକେପୁର ସ୍ଥିତ କୋଭିଡ ହସ୍ପିଟାଲରେ ଦୀର୍ଘ ୨୧ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କରୋନାର ଦ୍ୱିତୀୟ ଲହରୀରେ ଭେଙ୍କେଟେଶ ମାମୁଁ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେହି ସମୟରେ ତାଙ୍କ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ତାଙ୍କୁ ପ୍ଲାଜମା ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ଲାଜମା ଯୋଗାଡ ପାଇଁ ଭେଙ୍କେଟେଶଙ୍କ ପରିବାର ନିଜ ସଂପର୍କୀୟଙ୍କ ସହ ଜଣାଶୁଣା ଲୋକଙ୍କୁ ସାହାର୍ଯ୍ୟ ମାଗିଥିଲେ । କିନ୍ତୁ ପ୍ଲାଜମା ମିଳିବାର ସମ୍ଭାବନା ନଥିବାରୁ ନିଜେ ପ୍ଲାଜାମା ଦାନ କରିବା ପାଇଁ ଆଗଭର ହୋଇଥିଲେ ଭେଙ୍କେଟେଶ । ସେହିଦିନ ଠାରୁ ସେ ପ୍ଲାଜମା ଦାନ କରିବା ପାଇଁ ପଣ କରିଥିଲେ । ୨୦୨୧ ଏପ୍ରିଲ ୧୩ ତାରିଖ ଦିନ ପ୍ରଥମ ଥର ପ୍ଲାଜମା ଦାନ କରିବା ସହ ଏପ୍ରିଲ ୧୭ ଓ ୨୫ ତାରିଖରେ ମଧ୍ୟ ପ୍ଲାଜମା ଦାନ କରିଥିଲେ । ମେ ୧୫ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଜଣେ ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବା ନିମନ୍ତେ ସହମତି ପ୍ରକାଶ କରିଛନ୍ତି ଭେଙ୍କେଟେଶ । ପ୍ଲାଜମା ଦାନ ଅଭିôଯାନକୁ ଆହୁରି ଜୋରଦାର କରିବା ପାଇଁ ସେ ଏକ ହ୍ୱାଟସଅପ ଗ୍ରୁଫ ଗଠନ କରି ପ୍ଲାଜମା ଦାନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଗଠନ ହୋଇଥିବା ଗ୍ରୁଫର ୪୪ ଜଣ କୋରନା ରୋଗୀଙ୍କୁ ପ୍ଲାଜମା ଦାନ କରି ଗୁରୁତର ରୋଗୀଙ୍କ ଜୀବନ ବଂଚାଇଛନ୍ତି । ଯେଉଁ ମାନେ କରୋନାରୁ ସୁସ୍ଥ ହେଉଛନ୍ତି ସେମାନେ ଅବଶ୍ୟ ମାସକୁ ୨ ଥର ପ୍ଲାଜମା ଦାନ କରିବା ପାଇଁ ଆହ୍ୱାନ କରିଛନ୍ତି । ଓଡିଶା ସହ ପଡୋଶୀ ଆନ୍ଧ୍ରପ୍ରଦେଶ ବାସିନ୍ଦା ଯେପରି ପ୍ଲାଜମା ଦାନ କରନ୍ତି ସେଥିପାଇଁ ଭେଙ୍କେଟେଶ ଏକ ଅଭିଯାନର ଶୁଭାରମ୍ଭ କରିଛନ୍ତି । ବିଶାଖାପାଟଣାର ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ପ୍ଲାଜମା ଦାନ କରିବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରୁଛନ୍ତି ।   

0
0
0
s2sdefault