ହେଡଲାଇନସ୍:

ଚିକିତ୍ସାଳୟ ପିଣ୍ଡାରେ ନବଜାତ ଶିଶୁକୁ ଜନ୍ମଦେଲେ ପ୍ରସୂତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 à¬šà¬¿à¬•à¬¿à¬¤à­à¬¸à¬¾à¬³à­Ÿ ପିଣ୍ଡାରେ ନବଜାତ ଶିଶୁକୁ ଜନ୍ମଦେଲେ ପ୍ରସୂତୀ

କେନ୍ଦୁଝର/Samir Nanda : ଡାକ୍ତରଖାନା ବାରଣ୍ଡାରେ ପ୍ରସବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପିଣ୍ଡାରେ ନବଜାତ ଶିଶୁକୁ ଜନ୍ମଦେଲେ ପ୍ରସୂତୀ। ଅସନବାହାଳି ଅଞ୍ଚଳର ସୋମବାରୀ ଗୋହିଙ୍କ ଗର୍ଭଯନ୍ତ୍ରଣା ହେବାରୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରସୂତୀ ଜଣକ ରାତି ୩ଟା ସମୟରେ ବାହାରକୁ ଯାଇଥିବାବେଳେ ରାସ୍ତା କଡରେ ଥିବା ବାରଣ୍ଡାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ଏତେ ରାତିରେ ପ୍ରସୂତୀ ଜଣକ କିପରି ବାହାରକୁ ବାହାରିଲେ ଓ କାହିଁକି ଗଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଜଣକ ବାହାରକୁ ଗଲାବେଳେ ସୁରକ୍ଷାକର୍ମୀ ଓ ନର୍ସ କାହିଁକି ଅଟକାଇଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ପ୍ରସୂତୀଙ୍କ ସ୍ୱାମୀ କହିଛନ୍ତି ଶୌଚାଳୟରେ ପାଣି ନଥିବାରୁ ସେ ବାହାରକୁ ଯାଇଥିଲେ। ଅନ୍ୟପଟେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇନଥିବା ସୋମବାରୀ ଅଭିଯୋଗ କରିଛନ୍ତି।

 
 
0
0
0
s2sdefault