ସୋହେଲାରୁ ଆସି ପଦ୍ମପୁରରେ ରକ୍ତଦାନ କରି ମହିଳାଙ୍କର ଜୀବନ ବଞ୍ଚାଇଲେ ସୁରେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ରକ୍ତଦାନ ମହତ ଦାନ । ସଠିକ ସମୟରେ ରକ୍ତ ନ ମିଳିଲେ ଜଣେ ରୋଗୀର ଜୀବନ ମଧ୍ୟ ଯାଇପାରେ କିମ୍ବା ସଠିକ ସମୟରେ ରକ୍ତ ମିଳିଗଲେ ରୋଗୀର ବହୁମୂଲ୍ୟ ଜୀବନ କୁ ବଞ୍ଚେଇ ହେବ ।  ପ୍ରବଳ ଖରା ଓ ବର୍ତ୍ତମାନ ଚାଲିଥିବା ମହାମାରୀର ପ୍ରକୋପ କାରଣରୁ  ଅଧିକାଂଶ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ପରିଲକ୍ଷିତ ହେଉଛି ।  ସରକାର ତଥା ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ରକ୍ତର ଅଭାବକୁ ଦୂର କରିବା ପାଇଁ ଅନେକ ପ୍ରଶଂସନୀୟ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି ତଥାଫି ଆବଶ୍ୟକତା ମୁତାବକ ରକ୍ତ ସଂଗ୍ରହ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ରକ୍ତ ଭଣ୍ଡାରର କର୍ମଚାରୀ ମାନଙ୍କୁ ।ବରଗଡ ଜିଲ୍ଲାରେ ରକ୍ତର ଆବଶ୍ୟକତା କୁ ପୂରଣ କରିବା ପାଇଁ ଯୁବ ବର୍ଗ ର ସ୍ବେଚ୍ଛାସେବୀ ମାନେ ଅନେକ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି । ଖବର ପାଇବା ମାତ୍ରେ ତୁରନ୍ତ ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରି ନିଃସ୍ୱାର୍ଥପର ଭାବରେ ରୋଗୀ ମାନଙ୍କୁ ରକ୍ତ ଯୋଗାଇ ଦେଉଛନ୍ତି । 

     ଆଜି ପଦ୍ମପୁର ଡାକ୍ତରଖାନାରେ ଜଣେ ମହିଳାଙ୍କୁ AB ନେଗେଟିବ ରକ୍ତ ଆବଶ୍ୟକତା ଥିଲା । ରେଆର ଗ୍ରୁପର ହୋଇଥିବା କାରଣରୁ  ସାଧାରଣତଃ ଏହି ଗ୍ରୁପର ରକ୍ତ ମିଳିବ ଅନେକ କଷ୍ଟକର । ଏହି ଖବର ପାଇବା ପରେ ସୋହେଲା ବ୍ଲକ ବଂଜାରୀ ଗ୍ରାମର ଶ୍ରୀ ସୁରେଶ କୁମାର ବାଗ ଛୁଟି ଆସିଥିଲେ ପଦ୍ମପୁର ରକ୍ତ ଭଣ୍ଡାରକୁ । ସୁରେଶ ଙ୍କର ମଧ୍ୟ AB ନେଗେଟିବ । ସଠିକ ସମୟରେ ପହଂଛି ମହିଳାଙ୍କୁ ରକ୍ତ ଦାନ କରି ଏକ ବହୁମୂଲ୍ୟ ଜୀବନ ରକ୍ଷା କରିବାରେ ସହଯୋଗ କରଥିଲେ ସୁରେଶ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ସୁରେଶ ଏହାପୂର୍ବରୁ ବରଗଡ଼ , ପଦ୍ମପୁର , ବୁର୍ଲା , ସମ୍ବଲପୁର ର ବିଭିନ୍ନ ଡାକ୍ତରଖାନାରେ  ୧୭ ଥର ରକ୍ତ ଦାନ କରି ସାରିଛନ୍ତି । ଏହା ସହିତ ସେ ଓଡିଶା ମୋ ପରିବାର ର ଜୀବନବିନ୍ଦୁ କାର୍ଯକ୍ରମ ସହିତ ପ୍ରତକ୍ଷ ଭାବରେ ଜଡିତ ହୋଇ ଭଟଲି , ସୋହେଲା , ଆମ୍ବଭନା ଅଂଚଳରେ ଅନେକ ରକ୍ତଦାନ ଶିବିରରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଛନ୍ତି । ବର୍ତମାନ ସୁରେଶ ବିଜୁ ଜନତା ଦଳର ଜିଲ୍ଲା ଆଇଟି ସେଲର ମୁଖ୍ୟ ଭାବରେ କାର୍ୟ୍ଯ କରୁଛନ୍ତି ।  ରକ୍ତଦାନ କରିବା ଦ୍ୱାରା ଅନେକ ଲୋକଙ୍କର ବହୁମୂଲ୍ୟ ଜୀବନ ରକ୍ଷା କରାଯାଇ ପାରିବ । ଯୁବସମାଜ ନିୟମିତ ଭାବରେ କୋଣସି ସ୍ୱାର୍ଥ ନ ରଖି ରକ୍ତଦାନ କରି ଲୋକଙ୍କର ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ନିଶ୍ଚିତ ଭାବରେ ପ୍ରୟାସ କରିବା କଥା ବୋଲି ଶ୍ରୀ ସୁରେଶ କହିଛନ୍ତି ।

0
0
0
s2sdefault