ହେଡଲାଇନସ୍:

ମୋହନା ସହରର ବିଭିନ୍ନ ସ୍ଥାନକୁ  ସାନିଟାଇଜ କଲା ଅଗ୍ନିଶ୍ୱମ ବିଭାଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ତଥା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ମୋହନା ଅଗ୍ନିଶ୍ୱମ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ସାହୁ ଓ କର୍ମଚାରୀ ମିଳିତ ଭାବେ ମୋହନାର କିଛି ସାହିରେ ଆକ୍ରାନ୍ତ ହୋଇଥିବା ପରିବାର ଗୁଡ଼ିକର ଗୃହ ଓ ମନ୍ଦିରକୁ ସାନିଟାଇଜ କରିଛନ୍ତି। 

ମାଣିକେଶ୍ୱରୀ ମନ୍ଦିର ସାହି , ବାରିସାହି,ରଙ୍ଗମାଟିଆ ସାହି , ଷ୍ଟେଟବ୍ୟାଙ୍କ ଛକ , ଜଗନ୍ନାଥ ମନ୍ଦିରକୁ ସାନିଟାଇଜର କରାଯାଇଛି ।ଏହା ସହ ସ୍ୱାସ୍ତ୍ୟ କର୍ମୀ ଓ ଡାକ୍ତର ଘର ଘର ବୁଲି ପରିବାରର ସମସ୍ତେ ମାକ୍ସ ବ୍ୟବହାର କରିବା ସହ ଗରମ ପାଣି ପିଇବା ପାଇଁ ପରାମର୍ଶ ଦେଇଛନ୍ତି।

0
0
0
s2sdefault