ହେଡଲାଇନସ୍:

ଆନ୍ଧ୍ର ଓଡିଶା ସୀମା  ଚେକିଂ ପୋଏଣ୍ଟ ସlନ୍ଧୁବାଡ଼ି ଗସ୍ତ କରି  ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ  l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାୟଗଡ/ ସରୋଜ କୁମାର ସାହୁ- ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର    ଆନ୍ଧ୍ର ଓଡିଶା ସୀମାନ୍ତ  ସନ୍ଧୁ ବାଡ଼ି ଚେକ ପଏଣ୍ଟ  ଗସ୍ତ କରି ଯାଞ୍ଚ ପ୍ରକ୍ରିୟା  ଅନୁଧ୍ୟାନ କରିଥିଲେ l ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିବl ସହ ସେମାନଙ୍କୁ 14ଦିନ ସାଙ୍ଗରୋଧକୁ ପଠାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l

ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ଫେରନ୍ତା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା  ପାଇଁ  ପ୍ରଶାସନ ପକ୍ଷରୁ  ବ୍ୟବସ୍ଥା କରାଯାଇଛି l ଏହି ଗସ୍ତ ସମୟରେ ରାସ୍ତାଗଲାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମlନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କରନା ଠାରୁ ଦୂରେଇ ରଖାଯିବl  ନେଇ  ସଚେତନତା କରିଥିଲେ । ରାସ୍ତାରେ ଗଲାବେଳେ ଗୋଟିଏ କlରକୁ ଓ ଗୋଟିଏ ଅଟୋକୁ ଅଟକାଇ ଅଧିକ ଯାତ୍ରୀ ନେଇକି ଯାଉଥିବାରୁ ତାଙ୍କୁ ଜରିମାନା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ କହିଥିଲେ l

  ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ  ରାୟଗଡ,ରାଜେନ୍ଦ୍ର ମାଝୀ, ତହସିଲଦାର ରାୟଗଡ ଶ୍ରୀ ଉମାଶଙ୍କର ବେହେରା ପ୍ରମୁଖ ଯାଇଥିଲେ l

0
0
0
s2sdefault