ହେଡଲାଇନସ୍:

ଭର୍ଚୁଏଲ ମାଧ୍ୟମରେ ବିଜେପିର ସାମ୍ବାଦିକ ସମ୍ମିଳନୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 " ରାଜ୍ୟ ସରକାର ପୁଣି ଗ୍ରାମ ଗୁଡିକରେ କୋଭିଡ ଚିକିତ୍ସା କେନ୍ଦ୍ର ଆରମ୍ଭ କରନ୍ତୁ "

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ର ଭର୍ଚୁଏଲ ଜୁମ କନ୍ଫରେନ୍ସ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି। ଯେଉଁଥିରେ  ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ପାଟଣା ମହାରାଜ ତଥା ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା  ଶ୍ରୀ କେଭି ସିଂ ଦେଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା । " ବର୍ତ୍ତମାନ ସ୍ଥିତି ରେ କରୋନା ଭାଇରାସଁ  ଭୟଙ୍କର ରୁପ ଧାରଣ କରିଛି । ଯାହା ପାଇଁ ବହୁ ଗୁଡିଏ ବହୁ ମୂଲ୍ୟବାନ  ଜୀବନ ଖୁବ କମ ସମୟ ମଧ୍ୟରେ ଯାଇ ସାରିଲାଣି। ସେଥି ମଧ୍ୟରେ କାର୍ଯ୍ୟରତ ଥିବା କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଆଗ ଧାଡ଼ି ସାମ୍ବାଦିକ ବନ୍ଧୁଙ୍କ ଜୀବନ ନେଇ ସାରିଛି ଏହି ମହାମାରୀ । ଯାହା ପାଇଁ ଆଜି ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆମେ ତାଙ୍କୁ ଭବ୍ୟପୁର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଓ ତାଙ୍କ ଶୋକସନ୍ତପ୍ତ  ପରିବାରଙ୍କ ପ୍ରତି ଭଗବାନ ଧର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ" ବୋଲି ପାଟଣା ମହାରାଜ ମତ ବ୍ୟକ୍ତ ରଖିଥିଲେ। ଅନ୍ୟପଟେ ମହାମାରୀ କରୋନା ର ପ୍ରଭାବ ଓ ପ୍ରକୋପ ରୁ କିପରି ନିସ୍ତାର ପାଇ ହେବ ସେ ବିଷୟରେ ଆଲୋକପାତ କରିଥିଲେ।  ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ବାସ୍ଥ୍ୟ ସେବା ଗୁଡ଼ିକୁ ସୁଚାରୁ ରୁପେ ପରିଚାଳିତ କରେଇବା ପାଇଁ ନିବେଦନ କରିଥିଲେ। ଯେଉଁଥିରେ ବିଗତ ବର୍ଷ ରେ ମହାମାରୀ ସମୟରେ ପ୍ରତି ଗ୍ରାମର ସରପଞ୍ଚ ଗୁଡ଼ିକୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିବା ସହ ପ୍ରତି ପଞ୍ଚାୟତ କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଇଥିଲେ। ଯାହା କିଛି ଦିନର ଉପଯୋଗ ପରେ ତାହା ଏବେ ଆଉ କୌଣସି  ଗ୍ରାମରେ ମଧ୍ୟ ଦେଖା ଯାଉନି। ଫଳରେ ଏଠିକାର ଜିଲ୍ଲାବାସୀ ଘଡ଼ିସନ୍ଧି ମୁହୂର୍ତ୍ତରେ ଚିକତ୍ସା ପାଇଁ ପାରୁନାହାନ୍ତି। ଫଳରେ ପରିସ୍ଥିତି ସାଂଘାତିକ ତଥା ଭୟଙ୍କର ରୁପ ନେବାରେ ଲାଗିଛି। ଯଦି ରାଜ୍ୟ ସରକାର ପୁଣି ଏସବୁ ଗ୍ରାମ ଗୁଡିକରେ ସୁଚାରୁରୂପେ କୋଭିଡ ଚିକିତ୍ସା କେନ୍ଦ୍ର ଆରମ୍ଭ କରନ୍ତେ ତେବେ ଲୋକେ ସୁବିଧାରେ ଚିକିତ୍ସିତ ହେବା ସହ ଉତମ ସ୍ବାସ୍ଥ୍ୟ ସୁବିଧା  ପାଆନ୍ତେ ବୋଲି ମତ ରଖିଥିଲେ। ଅନ୍ୟପଟେ କରୋନା ତାର କାୟା ବିସ୍ତାର କରି ଚାଲିଛି ଏବଂ ଆଗାମୀ ଦିନରେ ତୃତୀୟ ଲହର ଜାରି ରହିବା ଭଳି ପରିସ୍ଥିତି ଉପୁଜିପାରେ ଯାହା ପାଇଁ ଉଭୟ ସରକାର ତା ପାଇଁ ଏବେଠୁ ଯୋଜନା ପ୍ରସ୍ତୁତ କରି ଉତ୍ତମ ପଦକ୍ଷେପ ନେବା ସହ ଗ୍ରାମାଞ୍ଚଳ ଗୁଡିକରେ ଆସୁ ଚିକତ୍ସା ପାଇଁ ଉତ୍ତମ ଚିକତ୍ସା ସହ ଉତ୍ତମ ଡାକ୍ତର ନିଯୁକ୍ତ ସହ ରୋଗୀ ସେବା ଯୋଗାଇବା ପାଇଁ ନିବେଦନ କରିଛନ୍ତି।

0
0
0
s2sdefault